
ସୁବର୍ଣ୍ଣପୁର, ୧୪ ନଭେମ୍ବର(ହି.ସ.) – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱର ପକ୍ଷରୁ ବେଙ୍ଗଲୁରୁ ଠାରେ ନଭେମ୍ବର ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଓଡିଶା ପରବ -୨୦୨୫’ ରେ ଯୋଗ ଦେବା ପାଇଁ ସୋନପୁର ଜିଲ୍ଲାର ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ନୃତ୍ୟ ନିର୍ଦେଶକ ଚୌଧୁରୀ ବିଭାର ଙ୍କ ନେତୃତ୍ୱ ରେ ୧୧ ଜଣ କଳାକାର ଭୁବନେଶ୍ୱରରୁ ବିମାନ ଯୋଗେ ବାଙ୍ଗଲୁରୁ କୁ ଯାତ୍ରା କରିଛନ୍ତି କ୍ଷ କଳାକାର ମସ୍ତରାମ ସୁନା, ଶୁଶିଲ ନାଏକ, ବିବଛ କଲେତ, ବିଷ୍ଣୁ ନାଏକ, କରଣଚାନ୍ଦ ନାଏକ, ବାଲ୍ମୀକି କଲେତ, ଲଖମନ ମାଳି, ପ୍ରେମଶିଳା ନାଏକ, ଦିବ୍ୟରାଣୀ ବିଶି ଓ କଲ୍ୟାଣୀ ପ୍ରଧାନ, ୩ ଦିନ ଧରି ସେମାନେ ଓଡ଼ିଶା ପରବରେ ଆମ ଅଂଚଳ ର ଲୋକ ନୃତ୍ୟ ଓ ଲୋକ ବାଦ୍ୟ ପରିବେଷଣ କରିବେ ବୋଲି ଶ୍ରୀ ବିଭାର ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ