
କୋରାଇ, ୧୪ ନଭେମ୍ବର(ହି.ସ.) – କୋରେଇ ବ୍ଲକ ଅନ୍ତର୍ଗତ ଅମୃତିଆ ପଂଚାୟତର ରଂଗରଂଗା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ସାହୁ, ସହକାରୀ ଶିକ୍ଷକ ବସନ୍ତ କୁମାର ମହାପାତ୍ର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରି ସେହି ସ୍ଥାନରୁ ଅବସର ଗ୍ରହଣ କରିଥିବା ସରୋଜିନୀ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ରହି ମହାସମାରୋହରେ ପାଳନ କରିଥିଲେ । ବିଦାୟୀ ଶିକ୍ଷୟତ୍ରୀ ଓ ଶିକ୍ଷକ ଉଭୟ ବିଦ୍ୟାଳୟର ଅନେକ ଉନ୍ନତୀମୂଳକ କାର୍ଯ୍ୟରେ ନିଜକୁ ସାମିଲ କରିଥିଲେ । ଜଣେ ଛାତ୍ର ବତ୍ସଳ ଓ ସ୍ନେହୀ ଶିକ୍ଷକ ଭାବେ ସମଗ୍ର କୋରେଇ ବ୍ଳକରେ ସେମାନେ ପରିଚିତ ଥିଲେ । କର୍ମମୟ ଜୀବନ ଆରମ୍ଭରୁ ବିଦ୍ୟାଳୟର ଉନ୍ନତୀ ନିମନ୍ତେ ସେମାନେ ନିଜକୁ ଉତ୍ସଗୀକୃତ କରିଥିଲେ । ସେମାନଙ୍କ ଅବସରରେ ଜଣେ ତ୍ୟାଗୀ ଓ ପରୋପକାରୀ ମଣିଷଙ୍କ ଯୁଗରେ ଯବନିକା ପଡିଲା ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଉପଦେଷ୍ଠା କୀର୍ତନ ଚରଣ ଦାଶଙ୍କ ଉପସ୍ଥିତିରେ ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥିଭାବେ ସହକାରୀ ମଣ୍ଡଳ ଶିକ୍ଷାଧିକାରୀ ବିଜୟ କୁମାର ମଲ୍ଲିକ, ମୁଖ୍ୟବକ୍ତାଭାବେ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ ସାହୁ, ଓ ସମ୍ମ୍ାନିତ ଅତିଥିଭାବେ ଶିକ୍ଷକ କୈଳାସ ଚନ୍ଦ୍ର ନାୟକ, ସୁଶାନ୍ତ ମାଝୀ, ଦୁଃଶାସନ ସାମଲ, ସତ୍ୟଭାମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷକ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲକ୍ଷ୍ମୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦାୟୀ ଶିକ୍ଷକଶିକ୍ଷୟତ୍ରୀକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ବିଦାୟ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପୁରାତନ ଛାତ ୍ରଛାତ୍ରୀ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି