ଅବସରପ୍ରାପ୍ତ ନୌସେନା ସୈନିକଙ୍କ ପରଲୋକ
କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- ଘଷିପୁରା କେନ୍ଦୁଝର ଅନ୍ତର୍ଗତ ଅତାସାହି ଗ୍ରାମର ବ୍ଲକ୍ ଅବସରପ୍ରାପ୍ତ ନୌସେନା ସୈନିକ କୋଦଣ୍ଡଧର ସାହୁଙ୍କର ଆଜି ସକାଳ ୬ଟା ରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। ସେ କେନ୍ଦୁଝରରେ ଏଲଆଇସି ଅଫିସରେ ମୁଖ୍ୟ କୋଷାଧ୍ୟକ୍ଷ ଭାବ
ଅବସରପ୍ରାପ୍ତ ନୌସେନା ସୈନିକଙ୍କ ପରଲୋକ


କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- ଘଷିପୁରା କେନ୍ଦୁଝର ଅନ୍ତର୍ଗତ ଅତାସାହି ଗ୍ରାମର ବ୍ଲକ୍ ଅବସରପ୍ରାପ୍ତ ନୌସେନା ସୈନିକ କୋଦଣ୍ଡଧର ସାହୁଙ୍କର ଆଜି ସକାଳ ୬ଟା ରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି।

ସେ କେନ୍ଦୁଝରରେ ଏଲଆଇସି ଅଫିସରେ ମୁଖ୍ୟ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ତିରୋଧାନରେ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ସହିଦ ସଦନ ମଞ୍ଚ ତରଫରୁ ରଶ୍ମି ରଞ୍ଜନ ସାହୁ, ଦିଲୀପ କୁମାର ନାୟକ, ଦୀନକୃଷ୍ଣ ରାଉତ ପ୍ରମୁଖ ଜାତୀୟ ପତାକା ଦେଇ ସମ୍ମାନ କରିବା ସହିତ ସାଲ୍ୟୁଟ ଦେଇଥିଲେ। କେନ୍ଦୁଝର ନିବାସୀ ଆଦିତ୍ୟ କୁମାର ମିଶ୍ର ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ । ସ୍ବର୍ଗତ କୋଦଣ୍ଡଧର ସାହୁଙ୍କ ବିୟୋଗରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande