ସୁସ୍ଥ ଓ ନିରାମୟ ଜୀବନ ଶୈଳୀ ଲକ୍ଷ୍ୟ ସାଧନର ମୂଳ ମନ୍ତ୍ର, ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁଦିବସ ଓ ପ୍ରଦର୍ଶନୀ ମେଳା
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ସୁସ୍ଥ ଓ ନିରାମୟ ରହିଲେ ଜୀବନର ଲକ୍ଷ୍ୟ ସାଧନର ମାର୍ଗ ସୁଗମ ହୋଇଥାଏ । ପ୍ରତ୍ୟେକ ଶିଶୁ ମଧ୍ୟରେ କିଛି ପ୍ରତିଭା ଲୁଚି ରହିଥାଏ । ଉକ୍ତ ପ୍ରତିଭାକୁ ବିକଶିତ କରି ପାରିଲେ ଜୀବନ ସାର୍ଥକ ହୋଇଥାଏ ବୋଲି ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ ପରିସରେ ରଶିଶୁ ଦିବସ ପାଳନ ଓ ପ୍ର
SISHU DIVAS AT BHADRAK GIRLS HIGH SCHOOL


ଭଦ୍ରକ, ୧୪ ନଭେମ୍ବର (ହି.ସ.) - ସୁସ୍ଥ ଓ ନିରାମୟ ରହିଲେ ଜୀବନର ଲକ୍ଷ୍ୟ ସାଧନର ମାର୍ଗ ସୁଗମ ହୋଇଥାଏ । ପ୍ରତ୍ୟେକ ଶିଶୁ ମଧ୍ୟରେ କିଛି ପ୍ରତିଭା ଲୁଚି ରହିଥାଏ । ଉକ୍ତ ପ୍ରତିଭାକୁ ବିକଶିତ କରି ପାରିଲେ ଜୀବନ ସାର୍ଥକ ହୋଇଥାଏ ବୋଲି ସରକାରୀ ଉଚ୍ଚ ବିଦ୍ୟାଳୟ ଭଦ୍ରକ ପରିସରେ ରଶିଶୁ ଦିବସ ପାଳନ ଓ ପ୍ରଦର୍ଶନୀ ମେଳା “ ସ୍ଫୁରଣ-୨୦୨୫” ଆୟୋଜନ ଅବସରରେ ମୂଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଦିଲୀପ ରାଉତରାଏ ଯୋଗଦେଇ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକଙ୍କ ସଭାପତିତ୍ୱ ଓ ମନୋଜ ସାହୁଙ୍କ ସଂଯୋଜିତ ଉକ୍ତ ଉତ୍ସବରେ ଜିଲ୍ଲାପାଳ ପିଲାମାନଙ୍କୁ ଉଦ୍‌ବୋଧନ ଦେବାସହ ମିଷ୍ଟାନ ବଂଟନ କରିଥିଲେ । ଏହି ଅବସରରେ ନିଃସ୍ୱାର୍ଥପର ଓ ନିଷ୍ଠାପର ସେବା ପାଇଁ ଜନ ସ୍ୱାସ୍ଥ୍ୟ ଉପଖଣ୍ଡ ଭଦ୍ରକର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମଧୁସୂଦନ ସିଂହଙ୍କୁ ବିଦ୍ୟାଳୟ ତରଫରୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଧରଣୀଧର ପାତ୍ର ଯୋଗ ଦେଇ ପିଲାମାନଙ୍କ ଭବିଷ୍ୟତ ଗଠନରେ ନିୟମିତ ଅଧ୍ୟୟନ ଓ କ୍ରୀଡାର ଭୂମିକା ଉପରେ ଆଲୋକପାତ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଭାଷା,ସାହିତ୍ୟ, କଳା, ସଂସ୍କୃତି, ବିଜ୍ଞାନ, ସାମାଜିକ ବିଜ୍ଞାନ ଉପରେ ଆଧାରିତ ଶତାଧିକ ପ୍ରକଳ୍ପ ପ୍ରଦର୍ଶନୀକୁ ଜିଲ୍ଲାପାଳ ଉଦ୍‌ଘାଟନ କରିବା ଅବସରରେ ଏହା ପିଲାମାନଙ୍କର ଲୁକ୍କାୟିତ ପ୍ରତିଭା ଓ ସୃଜନ ଶିଳତାର ବିକାଶରେ ଏକାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ବିଭିନ୍ନ ବିଭାଗରେ କନିଷ୍ଠ ଓ ବରିଷ୍ଠ ସ୍ତରରେ ୧ମ, ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା ଅଂଶଗ୍ରହଣ କାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande