ସମ୍ବଲପୁର ନାଟ୍ୟକଳା ପରିଷଦର ପ୍ରତିଷ୍ଠା ଉତ୍ସବ : ପ୍ରେକ୍ଷାଳୟ ନଥିବାରୁ ନାଟକ ମଞ୍ଚସ୍ଥରେ ବାଧା
ସମ୍ବଲପୁର ନାଟ୍ୟକଳା ପରିଷଦର ପ୍ରତିଷ୍ଠା ଉତ୍ସବ : ପ୍ରେକ୍ଷାଳୟ ନଥିବାରୁ ନାଟକ ମଞ୍ଚସ୍ଥରେ ବାଧା
ସମ୍ବଲପୁର ନାଟ୍ୟକଳା ପରିଷଦର ପ୍ରତିଷ୍ଠା ଉତ୍ସବ : ପ୍ରେକ୍ଷାଳୟ ନଥିବାରୁ ନାଟକ ମଞ୍ଚସ୍ଥରେ ବାଧା


ସମ୍ବଲପୁର ନାଟ୍ୟକଳା ପରିଷଦର ପ୍ରତିଷ୍ଠା ଉତ୍ସବ : ପ୍ରେକ୍ଷାଳୟ ନଥିବାରୁ ନାଟକ ମଞ୍ଚସ୍ଥରେ ବାଧା


ସମ୍ବଲପୁର ନାଟ୍ୟକଳା ପରିଷଦର ପ୍ରତିଷ୍ଠା ଉତ୍ସବ : ପ୍ରେକ୍ଷାଳୟ ନଥିବାରୁ ନାଟକ ମଞ୍ଚସ୍ଥରେ ବାଧା


ସମ୍ବଲପୁର, ୧୪ ନଭେମ୍ବର (ହି.ସ.)- ସମ୍ବଲପୁରର ସର୍ବପୁରାତନ ନାଟ୍ୟ ଅନୁଷ୍ଠାନ ସମ୍ବଲପୁର ନାଟ୍ୟ କଳା ପରିଷଦର ୫୫ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ପ୍ରଫେସର ସୁରୁବାବୁ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବରେ ନାଟ୍ୟବିତ ଡ଼. ଶ୍ୟାମ ସୁନ୍ଦର ଧର ଯୋଗ ଦେଇଥିଲେ l ସମ୍ପାଦକ ଡ଼. ସିଦ୍ଧାର୍ଥ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ପ୍ରତିଷ୍ଠା ଦିବସରେ ଉପସଭାପତି ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦିକ ବିରୁପାକ୍ଷ ପ୍ରଧାନ ଓ କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦାସ ପ୍ରମୁଖ ମଞ୍ଚାସୀନ ଥିଲେ l ମୁଖ୍ୟବକ୍ତା ଡ଼. ଧର ସମ୍ବଲପୁରର ନାଟ୍ୟ ଆନ୍ଦୋଳନ ଓ ସମ୍ବଲପୁରୀ ନାଟକର ନାଟ୍ୟଧାରା ଉପରେ ବକ୍ତବ୍ୟ ରଖିଥିଲେ l ଡ଼. ଧର କହିଲେ ଯେ, ସମ୍ବଲପୁରରେ ୩୦ ବର୍ଷ ପୂର୍ବରୁ ଓଡ଼ିଆ ନାଟକ ମଞ୍ଚସ୍ଥ ହେଉଥିଲା କିନ୍ତୁ, ଯେଉଁ ଦିନଠୁଁ ସମ୍ବଲପୁରୀ ନାଟକ ମଞ୍ଚସ୍ଥ ଆରମ୍ଭ ହେଲା ସେଇ ଦିନଠୁଁ ସମ୍ବଲପୁର ନାଟ୍ୟ ଆନ୍ଦୋଳନ ଗତିଶୀଳ ହୋଇପାରିଛି l ସମ୍ବଲପୁରୀ ନାଟକ ଆଜିର ଦିନରେ ସର୍ବସ୍ବର୍ଶୀ ଓ ଲୋକପ୍ରିୟତାର ଶୀର୍ଷକୁ ପହଞ୍ଚିପାରିଛି । ସଭାପତି ଶ୍ରୀ ମେହେର ସମସ୍ତେ ନାଟକ ପ୍ରତି ସମର୍ପିତ ଭାବନା ରଖିବାକୁ ପରାମର୍ଶ ଦେଇଥିବା ବେଳେ ସମ୍ପାଦକ ଡ଼. ପଣ୍ଡା ଆଗାମୀ ଦିନରେ ସ୍କୁଲ ପିଲାଙ୍କୁ ନେଇ ବିଦ୍ୟାଳୟ ସ୍ତରୀୟ ନାଟକ ପ୍ରତିଯୋଗିତା ଆୟୋଜନ କରାଯାଉ ବୋଲି କହିଥିଲେ l

ଏହି ଅବସରରେ କୋଷାଧକ୍ଷ ଶ୍ରୀ ଦାସ ଆୟବ୍ୟୟ ସବିଶେଷ ବିବରଣୀ ଦେଇଥିବା ବେଳେ, ବିଭିନ୍ନ ପ୍ରସ୍ତାବ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରଶାନ୍ତ ମହାରଣା, ସୁକାନ୍ତ କର, ସୂର୍ଯ୍ୟ ପାଣିଗ୍ରାହୀ, ସଂଯୁକ୍ତା ପଣ୍ଡା, ଅନ୍ନପୂର୍ଣ୍ଣା ପାଢ଼ୀ, ଦେବାର୍ଚନ ଠାକୁର, ଅଶୋକ ମିଶ୍ର ପ୍ରମୁଖ ସମ୍ବଲପୁରରେ ପ୍ରେକ୍ଷାଳୟ ନଥିବା ଯୋଗୁଁ ପ୍ରତିଷ୍ଠା ଉତ୍ସବରେ ନାଟକ ମଞ୍ଚସ୍ଥ ହୋଇପାରିନଥିବା ଯୋଗୁଁ ଉଦବେଗ ପ୍ରକାଶ କରିଥିଲେ l ବାରମ୍ବାର ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ ନାଟ୍ୟପଯୋଗୀ ପ୍ରେକ୍ଷାଳୟଟିଏ ପାଇଁ ଲିଖିତ ଆକାରରେ ଦାବୀ ଜଣାଇଲା ପରେ ମଧ୍ୟ ଆଜିଯାଏ ପ୍ରତିଷ୍ଠା ହୋଇପାରିନାହିଁ ବୋଲି ଦୁଃଖ ପ୍ରକାଶ କରିଥିଲେ l

ଉପସଭାପତି ଶ୍ରୀ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଗୋରେଖ ଲାଲ ଦାସ, ଦୀନବନ୍ଧୁ ପଣ୍ଡା, ଯୋଗେଶ ନନ୍ଦ, ଶିରୀଶ ଚନ୍ଦ୍ର ପୂଜାରୀ, ଦିଲୀପ ପୃଷ୍ଟି, ଆକାଂକ୍ଷା ମିଶ୍ର ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande