ସଂଚୟ ପକ୍ଷ ପାଳନ ଅବସରରେ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକମାନଙ୍କର ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ଭବାନୀପାଟଣା, ୧୪ ନଭେମ୍ବର(ହି.ସ.) – ଜିଲ୍ଲା ସଂଚୟ ଓ ଆର୍ôଥକ ସେବା ତରଫରୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ସହଯୋଗରେ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଦିନିକିଆ ମାଗଣା ସ୍ୱାସ୍ଥ୍ୟ ଶିବିର ଆଜି ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା। ଏଥିରେ
ସଞ୍ଚୟ ପକ୍ଷ ପାଳନ ଅବସରରେ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କର ମାଗଣା ସ୍ବାସ୍ଥ୍ୟ ସେବା ଶିବିର


ଭବାନୀପାଟଣା, ୧୪ ନଭେମ୍ବର(ହି.ସ.) – ଜିଲ୍ଲା ସଂଚୟ ଓ ଆର୍ôଥକ ସେବା ତରଫରୁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ର ସହଯୋଗରେ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଏକ ଦିନିକିଆ ମାଗଣା ସ୍ୱାସ୍ଥ୍ୟ ଶିବିର ଆଜି ସ୍ଥାନୀୟ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରି କର୍ମମୟ ବ୍ୟସ୍ତବହୁଳ ଜୀବନ ରେ ସ୍ୱାସ୍ଥ୍ୟ ହିଁ ସମ୍ପଦ କୁ ଗୁରୁତ୍ୱ ଦେଇ ସମସ୍ତ ସରକାରୀ କର୍ମଚାରୀ, ବରିଷ୍ଟ ନାଗରିକ ନିଜର ତଥା ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରି ଫିଟରଖିବା ସହିତ ସ୍ୱାସ୍ଥ୍ୟବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ସହକାରୀ ନିର୍ଦ୍ଦେଶକ ଜିଲ୍ଲା ସଂଚୟ ଓ ଅର୍ଥ ସେବା ବିବେକାନନ୍ଦ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଦିଲୀପ ଦୁବେଙ୍କ ସହଯୋଗରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟ ଶିବିରରେ ଭେଷଜ ଚିକିତ୍ସା ବିଭାଗ, ଦାନ୍ତ ଚିକିତ୍ସା ବିଭାଗ, ଚକ୍ଷୁ, ନାସା, କର୍ଣ୍ଣ ଓ ଗଲା, ଶିଶୁ ରୋଗ ବିଭାଗ ଇତ୍ୟାଦିର ବିଶେଷଜ୍ଞ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା ସହ ପରାମର୍ଶ ସେବା ଯୋଗାଇ ଦେଇଥିଲେ।ଏହି ଶିବିରରେ ୧୧୪ ଜଣ ଅଧିକାରୀ, କର୍ମଚାରୀ, ବରିଷ୍ଟ ନାଗରିକଙ୍କ ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଥିଲା। ପ୍ରଥମ ଥର କରି ଏହି ଶିବିରରେ ୧୭ ଜଣ ମହିଳାଙ୍କ ସ୍ତନ କର୍କଟ ସମ୍ବନ୍ଧୀୟ ପରୀକ୍ଷା ମଧ୍ୟ କରାଯାଇଥିଲା।ଏହି ଶିବିରରେ କଳାହାଣ୍ଡି ଜିଲ୍ଲା ପରିଦର୍ଶନ ରେ ଆସିଥିବା ୧୧ ଜଣ ଭାରତୀୟ ପ୍ରଶାସନିକ ସେବାର ଯୁବ ଅଧିକାରୀମାନେ ମଧ୍ୟ ଯୋଗଦେଇ ସ୍ୱାସ୍ଥ୍ୟ ଶିବିର ବୁଲି ଦେଖିଥିଲେ।ଏହି ଶିବିରରେ ଅଧିକ୍ଷଣ ଯନ୍ତ୍ରୀ ପୂର୍ତ ବିଭାଗ ଶିବାଜୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଚନ୍ଦନ କୁମାର ଭୋଇ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁବୋଧକାନ୍ତ ଛତ୍ରୀଆ,ଜିଲ୍ଲା ଶ୍ରମ ଅଧିକାରୀ ଜିତେନ୍ ମାଝୀ,ଏ ପି ଡି,ବିମ୍ବାଧର ସାହୁଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀକର୍ମଚାରୀ ପ୍ରମୁଖ ଯୋଗଦେଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରର ସୁପରିଚାଳନାରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ସମ୍ପାଦକ ଅକ୍ଷୟ କୁମାର ଦାସ ସହଯୋଗ କରିଥିଲେ। ଏଥିରେ ସହରାଂଚଳ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଲୋକ ରଞ୍ଜନ ମୁଣ୍ଡ, ଅନନ୍ତ କୁମାର ପଣ୍ଡା, ସ୍ୱାସ୍ଥ୍ୟ କର୍ମଚାରୀ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ଜୟକୃଷ୍ଣ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଜୟକୃଷ୍ଣ


 rajesh pande