



ସମ୍ବଲପୁର, ୧୪ ନଭେମ୍ବର (ହି.ସ.) ଶ୍ରବଣ ଦିବ୍ୟାଙ୍ଗ ବିଦ୍ୟାଳୟ, ଆଇଆଇସି କମ୍ପ୍ଲେକ୍ସ, ବୈଜାମୁଣ୍ଡା, ସମ୍ବଲପୁରରେ ଶିଶୁଦିବସ ଉଦ୍ଯାପନ ଉତ୍ସାହ ର ସହିତ ପାଳନ କରାଗଲା। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଶାରୀରିକ-ମାନସିକ ବିକାଶ ଏବଂ କ୍ରୀଡାକୌଶଳକୁ ଉତ୍ସାହିତ କରିବା ପାଇଁ ଫୁଟବଲ୍, ଲଙ୍ଗ୍ ଜମ୍ପ, କ୍ୟାରମ୍ ସହିତ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଶେଷରେ ବିଜେତା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସେମାନଙ୍କ ଦକ୍ଷତା, ପ୍ରତିଭା ଏବଂ କ୍ରୀଡାସ୍ପୃହାକୁ ପ୍ରୋତ୍ସାହନ ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ