





ବଲାଙ୍ଗିର, ୧୪ ନଭେମ୍ବର (ହି.ସ.)- ବଲାଙ୍ଗିର କଲେଜ ଛକ ଶିଶୁମନ୍ଦିରରେ ଶିଶୁ ଦିବସ ପାଳନ ଅବସରରେ ବାଳ ଶିବିର ଓ କନ୍ଯା ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ସଭାରେ ପରିଚାଳନା ସମିତିର ସଭାପତି ତ୍ରିବିକ୍ରମ ଦାଶ ସଭାପତିତ୍ବ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ଭାବେ କବିରାଜ ଭୋଇ ଅଧ୍ୟାପକ ସାହାଜ ବାହାଲ ମହାବିଦ୍ୟାଳୟ ଯୋଗଦେଇଥିବା ବେଳେ ନୀଳାଚଳ ଚିରଗୁନ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ଦ୍ଯୁମନ ପତି ଓ ସୁମିତ ମେହେରଙ୍କ ଚିତ୍ତାକର୍ଷକ ଭାଷଣ ସମସ୍ତଙ୍କୁ ବିମୋହିତ କରିଥିଲା। ଶିଶୁଙ୍କ ମଧ୍ୟରେ ଏକକ ଅଭିନୟ, ସାଂସ୍କୃତିକ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ପରିବେଷିତ ହୋଇଥିଲା। ଡଃ. ଗୋଦାବରିଶ ରଥ, ସନ୍ଧ୍ୟାରାଣୀ ପଣ୍ଡା ସ୍ବାସ୍ଥ୍ୟ ସଚେତନତା କରିଥିବା ସ୍ଥଳେ ଶିବ ପ୍ରସାଦ ତ୍ରିପାଠୀ କେରିଅର କାଉନସିଲିଂ କରିଥିଲେ। ଶିଶୁ ବାଟିକା ବିଭାଗରେ ଅନେକ କ୍ରିୟା କଳାପ କରାଯାଇଥିଲା।
ଆଚାର୍ଯ୍ୟ ଶଶିଶେଖର ଦାଶ, ଆଚାର୍ଯ୍ୟା କଲ୍ୟାଣୀ ପଟେଲ, ସୁଭାଷିନୀ ପଧାନଙ୍କ ନେତ୍ରୁତ୍ବରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହେଲା।କାନ୍ତୟନୀ ଷଡ଼ଙ୍ଗୀ, ଜୀବେଶ୍ବର ପ୍ରଧାନ, ନଳୀନି ସେଠ, ରତ୍ନପ୍ରଭା ଦାସଙ୍କ ଉପସ୍ଥିତିରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ସମାହିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ