ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦିର ୨୯ ତମ ବାର୍ଷିକ ଖେଳକୁଦ ସମାରୋହ ଉଦ୍ଘାଟିତ
କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦିର ୨୯ତମ ବାର୍ଷିକ ଖେଳକୁଦ ସମାରୋହ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦେଇପଶି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ କ୍ଷେତ୍ର ମୋହନ ମହାନ୍ତ ଭାରତ ମାତାଙ୍କ ନିକଟରେ ଦୀପ ପ୍ରଜ୍ବଳ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦିର ୨୯ ତମ ବାର୍ଷିକ ଖେଳକୁଦ ସମାରୋହ ଉଦ୍ଘାଟିତ


କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସ୍ୱର୍ଣ୍ଣକ୍ଷେତ୍ର, ଗଦଗଦିର ୨୯ତମ ବାର୍ଷିକ ଖେଳକୁଦ ସମାରୋହ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦେଇପଶି ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ କ୍ଷେତ୍ର ମୋହନ ମହାନ୍ତ ଭାରତ ମାତାଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି ବିଦ୍ୟାଳୟର କ୍ରୀଡା ପତାକା ଉତ୍ତୋଳନ କରି କ୍ରୀଡାବିତ୍ ମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଉଦ୍ଘାଟନ ଉତ୍ସବରେ ସଭାପତିତ୍ବ କରିଥିଲେ ପ୍ରାକ୍ତନ ସଭାପତି ଦୀନବନ୍ଧୁ ମହାନ୍ତ, ସମ୍ମାନିତ ଅତିଥି ଭାବେ ସୋପେ ମୁଣ୍ଡା, ଅନନ୍ତ ଚରଣ ମହାନ୍ତ, ସନାତନ ପଲେଇ, ସ୍ନେହଲତା ନାଏକ,ବୈଦେହୀ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଆଚାର୍ଯ୍ୟ ସନାତନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଉତ୍ସବରେ ୨୫୦ ଜଣ ଶିଶୁ ଭଉଣୀଙ୍କ ଦ୍ୱାରା ଦେଶାତ୍ମବୋଧକ ଝୁମର ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସକାଳ ସାତଟା ଠାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ତୃତୀୟ ଶ୍ରେଣୀଠାରୁ ଦଶମ ପର୍ଯ୍ୟନ୍ତ ଶିଶୁ ଭାଇ ଭଉଣୀ ବିଭିନ୍ନ ଖେଳରେ ଭାଗ ନେଇଥିଲେ। ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande