ଯୁବକ ର ଆତ୍ମହତ୍ୟା
ଜୟପୁର , 14 ନଭେମ୍ବର (ହି.ସ.)ଜୟନଗର ଦାଶରି ସାହି ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସର କହିବାନୁଯାୟୀ ଗତକାଲି ସନ୍ଧ୍ୟାରେ ପ୍ରଦୀପ ହରିଜନ(୨୫)ମାନସିକ ଅସ୍ତିରତା ଥିବା ଭଳି ମନେ ହେଉଥିଲା। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସମୟରେ
ଯୁବକ ର ଆତ୍ମହତ୍ୟା


ଜୟପୁର , 14 ନଭେମ୍ବର (ହି.ସ.)ଜୟନଗର ଦାଶରି ସାହି ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ନେଇ ଟାଉନଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସର କହିବାନୁଯାୟୀ ଗତକାଲି ସନ୍ଧ୍ୟାରେ ପ୍ରଦୀପ ହରିଜନ(୨୫)ମାନସିକ ଅସ୍ତିରତା ଥିବା ଭଳି ମନେ ହେଉଥିଲା। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ସମୟରେ ସେ ଦାଶରି ସାହି ସ୍ଥିତ ବାସଭବନରେ ବେକରେ ସ୍କ୍ରାପ ଲଗାଇ ଝୁଲୁଥିବା ଅବସ୍ଥାରେ ମୃତ ଦେହ ପାଇଥିଲେ। ପରେ ଟାଉନଥାନାକୁ ଜଣାଇବା ପରେ ଟାଉନ ପୁଲିସ ଏସଆଇ ରାଜେନ୍ଦ୍ର ପାଙ୍ଗି ଘଟଣା ସ୍ଥଳରେ ପହଁଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଜିଲ୍ଲା ଚିକିତ୍ସାଳୟକୁ ପଠାଇବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande