ବାଘ ଗଣନା ପାଇଁ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ
କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- ପାଟଣା ବନାଞ୍ଚଳ କାର୍ଯ୍ୟାଳୟ ପରିସରେ ବାଘ ଗଣନା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ତାଲିମ ଶିବିରରେ ବନାଞ୍ଚଳ ଇଲାକାରେ ବାଘ ଗଣନା ପାଇଁ ପାଟଣା ବନାଞ୍ଚଳର ସମସ୍ତ ବନପାଳ ଓ ବନରକ୍ଷୀ, ପାରାକର୍ମଚାରି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କେନ୍ଦୁଝର ବନଖଣ
ବାଘ ଗଣନା ପାଇଁ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ


କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- ପାଟଣା ବନାଞ୍ଚଳ କାର୍ଯ୍ୟାଳୟ ପରିସରେ ବାଘ ଗଣନା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ତାଲିମ ଶିବିରରେ ବନାଞ୍ଚଳ ଇଲାକାରେ ବାଘ ଗଣନା ପାଇଁ ପାଟଣା ବନାଞ୍ଚଳର ସମସ୍ତ ବନପାଳ ଓ ବନରକ୍ଷୀ, ପାରାକର୍ମଚାରି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। କେନ୍ଦୁଝର ବନଖଣ୍ଡ ଭୌଗଳିକ ସୂଚନା କେନ୍ଦ୍ର ପରିଚାଳକ ନିହାର ରଞ୍ଜନ ଦାସ ପ୍ରଶିକ୍ଷିକ ଭାବେ ଯୋଗଦେଇ ୩ ଜଣ ବନପାଳ, ୮ ଜଣ ବନରକ୍ଷୀ ଓ ୧୯ ଜଣ ପାରା କର୍ମଚାରୀଙ୍କୁ ବାଘ ଗଣନା ପାଇଁ ସବିଶେଷ ପ୍ରଶିକ୍ଷଣ ଦେଇଛନ୍ତି। ବିଶେଷ କରି ବିଭିନ୍ନ ପ୍ରକାରର ବାଘଙ୍କ ପାଦଚିହ୍ନ କିପରି ଓ ଏହାକୁ କିପରି ଚିହ୍ନଟ କରାଯିବ ସେ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆଯାଇଛି।

ଏହି ପ୍ରଶିକ୍ଷଣ ଶିବିରରେ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦାର, ପାଟଣା ବନପାଳ ନିରଞ୍ଜନ ସେଠୀ, ବନରକ୍ଷୀ ହୃଦାନନ୍ଦ ମହାନ୍ତି, ରାଜେଶ ଜେନା ଓ ଦୀପକ ସ୍ବାଇଁ, ଖୂରେଇଟାଙ୍ଗରି ବନପାଳ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି, ବନରକ୍ଷୀ ଡଲୀରାଣୀ ସାହୁ ଓ ଦେବଯାନୀ ଏବଂ ସାହାରପଡା ବନପାଳ ଶ୍ରୀମନୁ ବେହେରା, ବନରକ୍ଷୀ ରଞ୍ଜିତା ମହାନ୍ତି, ଦୀପକ ରଣା, ଓ ଝରଣା ରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande