ସ୍ୱାସ୍ଥ୍ୟ, ଡ୍ରେନେଜ୍ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗର ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଜିଲାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ଆନୁଷ୍ଠାନିକ ପ୍ରସବ ବୃଦ୍ଧି କରିବା ଦିଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ଗୁରୁବାର ସନ୍ଧ୍ୟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶ ସୁରଜ ଜିଲାର ସ୍ୱାସ୍ଥ୍ୟ, ଡ୍ରେନେଜ୍‌, ଗ୍ରାମ୍ୟ
UCHA SIKHYA MANTRI NKA SAMIKHYA


ଭଦ୍ରକ, ୧୪ ନଭେମ୍ବର (ହି.ସ.) - ଜିଲାରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ଆନୁଷ୍ଠାନିକ ପ୍ରସବ ବୃଦ୍ଧି କରିବା ଦିଗରେ ଉଚ୍ଚଶିକ୍ଷା ମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ଗୁରୁବାର ସନ୍ଧ୍ୟାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶ ସୁରଜ ଜିଲାର ସ୍ୱାସ୍ଥ୍ୟ, ଡ୍ରେନେଜ୍‌, ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କାର୍ଯ୍ୟକୁ ସମୀକ୍ଷା କରିଥିଲେ। ସଦ୍‌ଭାବନା ଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ସହ ଉପଜିଲାପାଳ ସୌରଭ ଚକ୍ରବର୍ତୀ, ସିଡିଏମ୍‌ଓ ସୁଧୀରଞ୍ଜନ ନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଡିପିଏମ୍ ବନବିହାରୀ ମିଶ୍ର, ଆସିଷ୍ଟାଂଟ ଇଂଜନିୟର ମନୋରଞ୍ଜନ ବେହେରା, ଡ୍ରେନେଜ ବିଭାଗର ଏସସି ପ୍ରିୟବ୍ରତ ବେହେରା, ଏସ୍‌ଡିଓ ଜ୍ଞାନଦତ ରାଉତ, ଆରଡବ୍ଲ୍ୟୁଏସଏସର ମୁଖ୍ୟ ଓ ବିଭାଗୀୟ କର୍ମଚାରୀମାନେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ସମୟରେ ମନ୍ତ୍ରୀ ଶ୍ରୀ ସୁରଜ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ତୁଳନାରେ ଜିଲାରେ କମ୍ ଥିଲେ ମଧ୍ୟ ଆହୁରି ମୃତ୍ୟୁହାର କମାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଏବେ ହଜାରେ ଶିଶୁରେ ୩୦ ଶିଶୁଙ୍କର ଜନ୍ମ ସମୟରେ ମୃତ୍ୟୁ ଘଟୁଥିବାବେଳେ ଭଦ୍ରକ ଜିଲାରେ ୧୦ ଜଣ ଶିଶୁ ମରୁଛନ୍ତି। ସେହିପରି ରାଜ୍ୟରେ ଏକ ଲକ୍ଷ ଶିଶୁଙ୍କ ଜନ୍ମ ସମୟରେ ୧୩୫ ମା’ଙ୍କ ମୃତ୍ୟୁ ଘଟିଥିବାବେଳେ ଭଦ୍ରକ ଜିଲାରେ ୭୦ ମା’ଙ୍କ ମୃତ୍ୟୁ ଘଟିଛି। ତେବେ ଏହି ରିପୋର୍ଟକୁ ସନ୍ଦେହ ଘେରରେ ରଖି ମାତୃ ଶିଶୁ ମୃତ୍ୟୁ ହାରକୁ ଆହୁରି ଅଧିକ କମାଇବା ପାଇଁ ଆଶାକର୍ମୀଙ୍କ ଦ୍ୱାରା ଗାଁ ଗହଳିରେ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା ସହ ଆନୁଷ୍ଠାନିକ ପ୍ରସବ ବୃଦ୍ଧି ପାଇଁ ବିଭାଗୀୟ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ରେ ପ୍ରକୃତ ହିତାଧିକାରୀମାନଙ୍କୁ କାଡଁ ବଂଟନ କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଗେଲପୁରସ୍ଥିତ ନୂଆ ମେଡିକାଲରେ ବ୍ଲଡ୍ ବ୍ୟାଙ୍କ ପ୍ରତିଷ୍ଠା ଓ କ୍ରିଟିକାଲ ବ୍ଲକ୍ ନିର୍ମାଣ କାର୍ଯ୍ୟକୁ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ୧୯ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ଧାମନଗର ବ୍ଲକ୍‌ର ଦୋବଲ ଠାରେ ନିର୍ମାଣ ହେବାକୁ ଥିବା ନୂଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଗ୍ରଗତି ଓ ପୁଷ୍ଟିସାଧନ କେନ୍ଦ୍ର ପ୍ରତିଷ୍ଠା ସଂପର୍କରେ ମନ୍ତ୍ରୀ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଧାମନଗରରେ ନୂଆ ଗୋଷ୍ଠୀ ମେଡିକାଲ ପ୍ରତିଷ୍ଠା ପାଇଁ ପୂର୍ତ ବିଭାଗ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ସରିଥିବାବେଳେ ଜାଗା ଚିହ୍ନଟ କାର୍ଯ୍ୟ ଶେଷ ହୋଇଛି ବୋଲି ବିଭାଗୀୟ କର୍ତୃପକ୍ଷ ବୈଠକରେ ଦର୍ଶାଇଥିଲେ। ସେହିପରି ତିହିଡିରେ ନୂଆ ମେଡିକାଲ ପ୍ରତିଷ୍ଠା ସଂପର୍କରେ ପଚାରି ବୁଝିଥିଲେ। ଡ୍ରେନେଜ୍ ବିଭାଗର କାର୍ଯ୍ୟ ସମୀକ୍ଷା ବେଳେ ଧାମନଗର ବ୍ଲକ୍‌ର ପଛାଲୋ ଠାରେ ସାମୟିକ ଭାବେ ବୈତରଣୀ ନଦୀର ଜଳକୁ ନିୟନ୍ତ୍ରଣ କରି ପରୋକ୍ଷ ଭାବେ ଜଳସେଚନର ସୁବିଧା ଯୋଗାଇଦେବା ପାଇଁ ପ୍ରସ୍ତାବିତ କେଂଟ୍ରାଲ ଷ୍ଟ୍ରକଚରର ନିର୍ମାଣ ସଂପର୍କରେ ସମୀକ୍ଷା କରିଥିଲେ। ବୈତରଣୀର ବନ୍ୟାଜଳ ଗେଂଗୁଟି ନଦୀକୁ ପ୍ରବାହିତ ହେଉଥିବା କେନାଲ / ନାଳ କୁ ସଂପ୍ରସାରଣ କରି ଅଧିକ ଜଳପ୍ରବାହ ଦକ୍ଷତା ବୃଦ୍ଧି କାର୍ଯ୍ୟର ସର୍ଭେ କରି ଆବଶ୍ୟକ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ମେଗା ୱାଟର ପାଇପ୍ ଲାଇନ୍ ଗୁଡିକର ଅଗ୍ରଗତି ଓ ଗ୍ରାମାଂଚଳ ଟ୍ୟୁୱେଲ୍ ପ୍ରତିଷ୍ଠାର କାର୍ଯ୍ୟକୁ ସମୀକ୍ଷା କରିଥିଲେ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande