ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ୨ହଜାର ଲାଞ୍ଚ ନେବା ବେଳେ ଧରା ପଡିଲେ
ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ୨ହଜାର ଲାଞ୍ଚ ନେବା ବେଳେ ଧରା ପଡିଲେ
Vigilance Jalare JE


Bhubaneswar, 14 ନଭେମ୍ବର (ହି.ସ.)

ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ

୨ହଜାର ଲାଞ୍ଚ ନେବା ବେଳେ ଧରା ପଡିଲେ

ବାରିପଦା- ହିସ, ୧୪/୧୧:- ମୋରଡା ବ୍ଲକ କାର୍ଯ୍ୟାଳୟର କନିଷ୍ଠ କିରାଣୀ ପାର୍ଥଶଙ୍କର ଚେଲ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ସୂଚନା ଅନୁଯାୟୀ, ମୋରଡା ବ୍ଲକରେ ପୂର୍ବରୁ କାର୍ଯ୍ୟରତ ତଥା ଅବସରପ୍ରାପ୍ତ ପିଇଓ ମାଣିତ୍ରୀ ଅନ୍ତର୍ଗତ ଚନ୍ଦନପୁର ଗ୍ରାମର ଗଦାଧର ସୋରେନଙ୍କ ଅବସରକାଳୀନ କାଗଜପତ୍ରର କ୍ଳିଅରେନ୍ସ ପାଇଁ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସେ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛନ୍ତି। ବ୍ଲକ ପରିସରରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଡ଼ିଏସପି ସିକନ୍ଦର ହେମ୍ବ୍ରମ, ଇନ୍ସପେକ୍ଟର ବିକାଶ ରଞ୍ଜନ ସ୍ୱାଇଁ, ଛବିରାଣୀ ହେମ୍ବ୍ରମ, ଲଳିତ ରାଉତ, ଚତୁର୍ଭୁଜ ଚମ୍ପିଆ କିରାଣୀ ପାର୍ଥ ସାରଥୀଙ୍କୁ ମାଡି ବସିଥିଲେ। ତେବେ ପାର୍ଥସାରଥୀ ଟଙ୍କା ଗୁଡିକୁ ଫିଙ୍ଗି ଦେଇ ଅଫିସ ଭିତରକୁ ଚାଲି ଯାଇଥିଲେ। ଏହାପରେ ଭିଜିଲାନ୍ସ ଟିମ ରାସାୟନିକ ମିଶ୍ରିତ ପାଣିରେ ପାର୍ଥସାରଥୀଙ୍କ ହାତ ଧୋଇବାରୁ ପାର୍ଥସାରଥୀ ଲାଞ୍ଚ ନେଉଥିବାର ପ୍ରମାଣ ହୋଇଥିଲା। ଏହାପରେ ପାର୍ଥସାରଥୀଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ଅଧିକ ପଚାରୁଚୁରା କରୁଛନ୍ତି। ସରକାରୀ କାର୍ଯ୍ୟାଳୟ ସମେତ ବାରିପଦା ସ୍ଥିତ ଘରେ ଭିଜିଲାନ୍ସ ଟିମ ପକ୍ଷରୁ ଚଢ଼ାଉ ପ୍ରକ୍ରିୟା ଜାରି ରହିଛି। ତଦନ୍ତ ସରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

---------------

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande