ଭଏସ୍ ଅଫ୍ ୱେଷ୍ଟର୍ଣ୍ଣ ଓଡିଶା ପ୍ରତିଯୋଗିତା ପ୍ରସ୍ତୁତି
ଭଏସ୍ ଅଫ୍ ୱେଷ୍ଟର୍ଣ୍ଣ ଓଡିଶା ପ୍ରତିଯୋଗିତା ପ୍ରସ୍ତୁତି
ଭଏସ୍ ଅଫ୍ ୱେଷ୍ଟର୍ଣ୍ଣ ଓଡିଶା ପ୍ରତିଯୋଗିତା ପ୍ରସ୍ତୁତି


ସମ୍ବଲପୁର, ୧୪ ନଭେମ୍ବର (ହି.ସ.) ସମ୍ବଲପୁରର ରଙ୍ଗୋଲି' ଅନୁଷ୍ଠାନ ପକ୍ଷରୁ ଲୁକାୟତ ପ୍ରତିଭା ଓ ଦକ୍ଷତାକୁ ଲୋକଲୋଚନକୁ ଆଣିବା ପାଇଁ ଦୀର୍ଘଦିନ ଧରି ପ୍ରୟାସ ଜାରି ରଖିଛି । ଆଶିଷ କୁମ୍ଭାର, ଅନୁପ ସିଂ ଓ ସୁସ୍ମିତା ପାଣିଗ୍ରାହୀ ଭଳି କଣ୍ଠଶିଳ୍ପୀ ଏହି

ପ୍ରତିଯୋଗିତାରେ ସଫଳ ହୋଇ ନିଜର ସଙ୍ଗୀତ ସାଧନା ଜାରି ରଖିଛନ୍ତି । ଚଳିତ ବର୍ଷ ୧୫ତମ ଭଏସ୍ ଅଫ୍ ୱେଷ୍ଟନ ଓଡିଶା ଆସନ୍ତା ୧୬ ତାରିଖରେ ଆୟୋଜିତ ହେବ ବୋଲି ସମ୍ବଲପୁର ସାମ୍ବାଦିକ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଂଯୋଜକ ତ୍ରିଲୋଚନ ତ୍ରିପାଠୀ ସୂଚନା ଦେଇଛନ୍ତି । ସାଂସ୍କୃତିକ ସମାଜ ଭବନ ଠାରେ ହେବାକୁ ଥିବା ପ୍ରତିଯୋଗିତାରେ ପଶ୍ଚିମ ଓଡିଶାର ପ୍ରାୟ ୫୦ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । ସମ୍ପାଦକ ଭାଗିରଥି ସିଂଦେଓ କହିଥିଲେ ଯେ, ମୋଟ ୩ଟି ରାଉଣ୍ଡରେ ପ୍ରତିଯୋଗିତା ହେବ । ବିଜେତାକୁ ୧୧ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ। ଏଥିସହ ଚଳିତବର୍ଷ ପ୍ରଫୁଲ୍ଲ ମିତ୍ର ସମ୍ମାନିତ ଓ ଏମ୍‌ସିଏଲ୍‌ର ଅଧିକାରୀ ଚିତ୍ତ ରଞ୍ଜନ ମହାନ୍ତିଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । ଏହି ସାମ୍ବାଦିକ ସମ୍ମିଳନରରେ ସଭାପତି ପବିତ୍ର କୁମାର ତ୍ରିପାଠୀ ଓ ବିଚାରକ ବେଦଶ୍ରୁତି ମହାପାତ୍ର ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande