
କେନ୍ଦୁଝର, ୧୪ ନଭେମ୍ବର (ହି.ସ.)- ମଧୁମେହ ରୋଗ ବିଷୟରେ ଜନ ସଚେତନତା ସୃଷ୍ଟି କରି ଟାଟା ଷ୍ଟିଲ ଯୋଡା ଠାରେ ଶୁକ୍ରବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଗୁଡିକ ଟାଟା ମେନ ହସ୍ପିଟାଲ, ଯୋଡା, ଖଣ୍ଡବନ୍ଧ ଲୌହ ଖଣି, ଯୋଡା ଇଷ୍ଟ ଲୌହ ଖଣି, ବିଚାକୁଣ୍ଡି, ବାମେବାରି ଲୌହ ଖଣି ଏବଂ ନିକଟସ୍ତୁ ବିଲେଇପଦା ସୃଞ୍ଜ କାରଖାନା ଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ଆୟୋଜିତ ହୋଇଯାଇଛି।
ଟାଟା ମେନ ହସ୍ପିଟାଲ, ଯୋଡାର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ତାପସ ଷଡଙ୍ଗୀଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଇଥିଲା ।
ଏଥିରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଉତ୍ତମ ଖାଦ୍ୟଭ୍ୟାସ, ବ୍ୟାୟମ, ଯୋଗାଭ୍ୟାସ କରିବା ସହ, ଗୁଟକା ଓ ନିଷେଧ ଆଦି ଉପରେ ଗୁରୁତ୍ବ ଦିଆଯାଇଥିଲା । ଧୂମ୍ରପାନ ଦୈନନ୍ଦିନ କାର୍ଯ୍ୟଚାପରୁ ମୁକ୍ତ ରହି ନିୟମିତ ବ୍ୟାୟାମ ଓ ପରିଚର୍ଯ୍ୟା ଦ୍ବାରା କିପରି ନିଜକୁ ସୁସ୍ଥ ରଖି ହେବ, ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କମ୍ପାନୀ ଓ କର୍ମଚାରୀମାନଙ୍କ ମିଳିତ ସହଯୋଗିତାରେ ଲୋକମାନଙ୍କୁ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନିର ରହିଥିବା ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ଦର୍ଶାଉଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA