
କେନ୍ଦ୍ରାପଡା, ୧୪ ନଭେମ୍ବର (ହି.ସ.)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନରଣପୁର ଠାରେ ଘଟିଛି ଗୁଳିକାଣ୍ଡ l ଗୁଳିମାଡରେ ସ୍ଥାନୀୟ ପସ୍ତା ଗାଁର ଅକ୍ଷୟ କୁମାର ଦାସ ଆହତ ହୋଇଛନ୍ତି l ଅକ୍ଷୟଙ୍କ ବାମ ଜଙ୍ଘରେ ବାଜିଛି ଗୁଳି l ଗାଁ କ୍ଲବ ଘରେ ଶୋଇଥିବା ବେଳେ ବାହାରେ ପାଟିତୁଣ୍ଡ ଶୁଣି ସେ ପଦାକୁ ବାହାରି ଆସିଥିଲେ। ଏହି ସମୟରେ ଗୋରୁ ଚାଲାଣକାରୀମାନେ ଅକ୍ଷୟଙ୍କୁ ଗୁଳିମାଡ କରିଥିଲେ lସୂଚନା ଅନୁଯାୟୀ, ଆଜି ଭୋର୍ ପ୍ରାୟ ୩ଟାରେ ଗଣ୍ଡାକିଆ ଛକରେ କିଛି ସ୍ଥାନୀୟ ଯୁବକ ଗୋରୁ ଚାଲାଣ କରି ଫେରୁଥିବା ଗୋରୁ ଗାଡ଼ିକୁ ଅଟକାଇ ଥିଲେ । ପୂର୍ବରୁ ସେହି ଗାଡ଼ି ଗୋରୁ ଚାଲାଣ କରୁଥିବା ଅଭିଯୋଗ କରିଛନ୍ତି ଯୁବକମାନେ । ଗୋରୁ ଗାଡି ପଛରେ ଆସୁଥିବା ଅନ୍ୟ ଏକ ବୋଲେରୋ ଗାଡ଼ିରେ ଥିବା କିଛି ଲୋକ ସ୍ଥାନୀୟ ଯୁବକଙ୍କୁ ଆକ୍ରମଣ କରିଥିଲ l ଫଳରେ ଯୁବକମାନେ ଗାଁ ଭିତତରକୁ ଦୌଡ଼ି ପଳାଇ ଥିଲେ l ଗୋରୁ ଚାଲାଣକାରୀମାନେ ତାଙ୍କ ପଛେ ପଛେ ଗାଁ ଭିତରକୁ ଗୋଡାଇ ଗୋଡାଇ ଯାଇଥିଲେ l ଏହି ସମୟରେ କ୍ଲବ୍ ଘରେ ଶୋଇଥିବା ଅକ୍ଷୟ ଉଠି ପଡିବାରୁ ତାଙ୍କ ଜଙ୍ଘରେ ଗୁଳି ବାଜିଥିଲା l ତାଙ୍କୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ