

ବଲାଙ୍ଗୀର, ୧୪ ନଭେମ୍ବର(ହି.ସ.) – ବଲାଙ୍ଗୀର ଜିଲ୍ଲା ଯୁବ କୁଲୁତା ସମାଜ ଉପସଭାପତି ଦୀନେଶ ପ୍ରଧାନ ଆଜି ନିଜ ଜନ୍ମ ଦିନରେ ରକ୍ତଦାନ କରିବାକୁ ଇଚ୍ଛା ପ୍ରକାଶ କରି ଯୁବ କୁଲୁତା ସମାଜ ସଭାପତି ଅସୀମ ଭୋଇଙ୍କୁ ଯୋଗାଯୋଗ କରିଥିଲେ। ଠିକ୍ ସେତିକିବେଳେ ଲୋଇସିଂହା ବ୍ଲକ ତଲିଉଡାର ଗ୍ରାମର ଲକ୍ଷ୍ମୀ ପ୍ରଧାନଙ୍କ ଶରୀରରେ ରକ୍ତର ଅଭାବ ହେବାରୁ ତାଙ୍କ ସ୍ୱାମୀ ଶିବ ପ୍ରଧାନ ଓ ଝିଅ ଭାଗ୍ୟଶ୍ରୀ ବିଶ୍ୱାଳ ଜିଲ୍ଲା ଯୁବ କୁଲୁତା ସମାଜକୁ ରକ୍ତ ପାଇଁ ସହଯୋଗ ମାଗିଥିଲେ। ଦିନେଶ ପ୍ରଧାନ ଉପରଝର ୨୦ କିମି ଦୂରୁ ଆସି ଶ୍ରୀ ଭୋଇଙ୍କ ସଙ୍ଗେ ଭୀମଭୋଇ ରକ୍ତ ଭଣ୍ଡାର ରେ ରକ୍ତଦାନ କରିଥିଲେ। ରକ୍ତଦାନ ପରେ ଯୁବ ସଂଗଠନ ତରଫରୁ ଦୀନେଶ ଙ୍କ ଚାରାଗଛ, ମାନପତ୍ର ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ରକ୍ତଦାନ ସମୟରେ ରାଜା ପ୍ରଧାନ, ଭାଗ୍ୟଶ୍ରୀ ବିଶ୍ୱାଳ, ବ୍ଲଡବ୍ୟାଙ୍କ କର୍ମଚାରୀ ଅଶୋକ ଧଳ ଓ ଅମର୍ସିଂ ବାଗ ଉପସ୍ଥିତ ଥିଲେ । ଦିନେଶ ପ୍ରଧାନଙ୍କ ଏଭଳି ମହତ୍ କାମ ପାଇଁ ଆଗାମୀ ଦିନରେ ଯୁବ ସଂଗଠନ ତରଫରୁ ତାଙ୍କୁ ସମ୍ମାନିତ କରାଯିବ ବୋଲି ଶ୍ରୀ ଭୋଇ ମତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ