ଚୋରା ମଦ ସମେତ କଫ ସିରପ ଜବତ ୬କୋର୍ଟ ଚାଲାଣ
କେନ୍ଦ୍ରାପଡ଼ା, ୧୪ ନଭେମ୍ବର(ହି.ସ.) – ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ, ପଟ୍ଟାମୁଣ୍ଡାଇ ରୁରାଲ, କେନ୍ଦ୍ରାପଡ଼ା ଟାଉନ ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତେଲେଙ୍ଗ ବସନ୍ତ ଗ୍ରାମର ତ୍ରିଲୋଚନ ସାହୁ(ବୟସ-୩
ଚୋରା ମଦ ସମେତ କଫ ସିରପ ଜବତ ୬କୋର୍ଟ ଚାଲାଣ


କେନ୍ଦ୍ରାପଡ଼ା, ୧୪ ନଭେମ୍ବର(ହି.ସ.) – ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡ଼ା ଅବକାରୀ ବିଭାଗପକ୍ଷରୁ ପଟ୍ଟାମୁଣ୍ଡାଇ ଟାଉନ, ପଟ୍ଟାମୁଣ୍ଡାଇ ରୁରାଲ, କେନ୍ଦ୍ରାପଡ଼ା ଟାଉନ ଓ କେନ୍ଦ୍ରାପଡ଼ା ସଦର ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ତେଲେଙ୍ଗ ବସନ୍ତ ଗ୍ରାମର ତ୍ରିଲୋଚନ ସାହୁ(ବୟସ-୩୨)ଙ୍କ ଠାରୁ ୩୧ ଲିଟର ବିଦେଶୀମଦ ଓ ତ୍ରିଲୋଚନ ସାହୁ(ବୟସ-୪୦)ଙ୍କ ଠାରୁ ୨୯ ଲିଟର ଦେଶୀ ମଦ, ବଡ଼ଜାରିଆ ଗ୍ରାମର ସୁବସିସ ପଣ୍ଡା (ବୟସ -୩୨)ଙ୍କ ଠାରୁ ୩୮ ଲିଟର ବିଦେଶୀ ମଦ, ଦିଲରପୁର ଗ୍ରାମର ଏସ କେ ଚାନ୍ଦ (ବୟସ -୩୪)ଙ୍କ ଠାରୁ ୪.୭ ଲିଟର କୋଡିନେ ମିଶ୍ରିତ କଫ ସିରପ, ସାହସପୁର ଗ୍ରାମର ରଜନୀକାନ୍ତ ମାଲିକ (ବୟସ-୨୬ ) ଙ୍କ ଠାରୁ ୧୯ ଲିଟର ବିଦେଶୀ ମଦ ଏବଂ ବାବୁରାମପାଟଣା ଗ୍ରାମର ସଙ୍ଗୀତ। ଦାସ (ବୟସ-୩୧)ଙ୍କ ଠାରୁ ୧୭ ଲିଟର ବିଦେଶୀ ମଦଜବତକରାଯାଇଏମାନଙ୍କୁଗିରଫକରାଯାଇଅଛି । ଏମାନଙ୍କ ପାଖରୁ ସମୁଦାୟ ୧୩୪ ଲିଟର ବିଦେଶୀ, ଦେଶୀ ଓ କୋଡିନେ ମିଶ୍ରିତ କଫ ସିରପଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି ଏବଂ ଆଗାମୀ ଦିନରେ ଏହି ଚଢ଼ାଉ ବ୍ୟାପକ ଭାବରେ ଜାରି ରହିବ ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ରଚରଣ ମଣ୍ଡଳ କହିଛନ୍ତି। ଏହି ଚଢ଼ାଉର ଅବକାରୀ ଉପନିରିକ୍ଷକଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ, ଶ୍ରୀ ଛାୟାକାନ୍ତ ନାୟକ ଏବଂଅନ୍ୟକର୍ମଚାରୀ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande