ଶାନ୍ତିଶୃଙ୍ଖଳାର ସହିତ ଶେଷ ହେଲା ଭୋଟ ଗଣତି, କୃତଜ୍ଞତା ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର, ୧୪ ନଭେମ୍ବର (ହି.ସ)- ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା, ପାରଦର୍ଶୀ ଓ ସ୍ୱଚ୍ଛତାର ସହିତ ସମ୍ପନ୍ନ ହୋଇଛି । ଗଣତି ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଫଳାଫଳ ସମ୍ପର୍କରେ ଘୋଣୋ କରିଛନ୍ତି। ନିର୍ଦ୍
ଶାନ୍ତିଶୃଙ୍ଖଳାର ସହିତ ଶେଷ ହେଲା ଭୋଟ ଗଣତି, କୃତଜ୍ଞତା ଜଣାଇଲେ ମୁଖ୍ୟ ନିର୍ବାଚନ ଅଧିକାରୀ


ଭୁବନେଶ୍ୱର, ୧୪ ନଭେମ୍ବର (ହି.ସ)- ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା, ପାରଦର୍ଶୀ ଓ ସ୍ୱଚ୍ଛତାର ସହିତ ସମ୍ପନ୍ନ ହୋଇଛି । ଗଣତି ଶେଷ ହେବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ଫଳାଫଳ ସମ୍ପର୍କରେ ଘୋଣୋ କରିଛନ୍ତି। ନିର୍ଦ୍ଧାରିତ ୨୯ ରାଉଣ୍ଡ (ଇଭିଏମ ଏବଂ ପୋଷ୍ଟାଲ ବାଲାଟ) ଗଣତି ଶେଷ ପରେ ଭାରତୀୟ ଜନତା ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ ମୋଟ ୧,୨୩,୮୬୯ ଭୋଟ ପାଇ ପ୍ରଥମ ସ୍ଥାନରେ ରହିଛନ୍ତି ।

ଭୋଟଗଣନା ଶାନ୍ତିଶୃଙ୍ଖଳା ଏବଂ ବାଧାବିଘ୍ନ ବିନା ସମ୍ପୂର୍ଣ୍ଣ ସଫଳତାର ସହିତ ସମ୍ପନ୍ନ ହୋଇଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ୍‌. ଗୋପାଳନ ସମସ୍ତ ପର୍ଯ୍ୟବେକ୍ଷକ, ଜ଼ିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଙ୍ଗ ଅଫିସର ସମେତ ଗଣତିରେ ନିୟୋଜିତ ଅଧିକାରୀ/କର୍ମଚାରୀ ଓ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ପୋଲିସ ଅଧିକାରୀ/କର୍ମଚାରୀଙ୍କ ନିଷ୍ଠାପର ଓ ପାରଦର୍ଶୀ ଉଦ୍ୟମର ଉଚ୍ଚ ପ୍ରଶଂସା କରିବା ସହିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ ମଧ୍ୟ ପ୍ରାର୍ଥୀ, ପ୍ରାର୍ଥୀଙ୍କ ପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି ଏବଂ ସର୍ବୋପରି ମତଦାତାଙ୍କୁ ସମସ୍ତ ସହଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande