ଖୋର୍ଦ୍ଧା ରୋଡ ରେଳମଣ୍ଡଳ ଦ୍ୱାରା ବିଶ୍ୱ ମଧୁମେହ ଦିବସ ପାଳିତ
ଭୁବନେଶ୍ୱର, ୧୪ ନଭେମ୍ବର (ହି.ସ)- ଶୁକ୍ରବାର ଦିନ ଖୋର୍ଦ୍ଧା ରୋଡସ୍ଥିତ ମଣ୍ଡଳ ରେଳ ହସ୍ପିଟାଲରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଶ୍ୱବ୍ୟାପୀ ବିଷୟବସ୍ତୁ, ମଧୁମେହ ଏବଂ ସୁସ୍ଥତା, ରେଳବାଇ ହିତାଧିକାରୀ, କର୍ମଚାରୀ ଏବଂ ରୋଗୀ ମାନଙ୍କ ପାଇଁ ଆୟୋଜିତ ଦିନିକିଆ ସଚେତନତା କାର
ଖୋର୍ଦ୍ଧା ରୋଡ ରେଳମଣ୍ଡଳ ଦ୍ୱାରା ବିଶ୍ୱ ମଧୁମେହ ଦିବସ ପାଳିତ


ଭୁବନେଶ୍ୱର, ୧୪ ନଭେମ୍ବର (ହି.ସ)- ଶୁକ୍ରବାର ଦିନ ଖୋର୍ଦ୍ଧା ରୋଡସ୍ଥିତ ମଣ୍ଡଳ ରେଳ ହସ୍ପିଟାଲରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ଚଳିତ ବର୍ଷର ବିଶ୍ୱବ୍ୟାପୀ ବିଷୟବସ୍ତୁ, ମଧୁମେହ ଏବଂ ସୁସ୍ଥତା, ରେଳବାଇ ହିତାଧିକାରୀ, କର୍ମଚାରୀ ଏବଂ ରୋଗୀ ମାନଙ୍କ ପାଇଁ ଆୟୋଜିତ ଦିନିକିଆ ସଚେତନତା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ।

ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ରୋଡ ରେଳମଣ୍ଡଳ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମଏସ) ଡକ୍ଟର ସବିତା ସତପଥୀ ଉଦଘାଟନ କରି ମଧୁମେହ ପରିଚାଳନାରେ ପ୍ରାରମ୍ଭିକ ଚିହ୍ନଟ, ଜୀବନଶୈଳୀ ପରିବର୍ତନ ଏବଂ ସାମଗ୍ରିକ ସୁସ୍ଥତାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ । ଡକ୍ଟର ସତପଥୀ ସାଧାରଣ ଲୋକଙ୍କ ମଧ୍ୟରେ ମଧୁମେହର ବଢ଼ୁଥିବା ବୋଝକୁ ଏଡ଼ାଇବା ପାଇଁ ନିରନ୍ତର ସଚେତନତାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।

ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ମଧ୍ୟରେ ଭୁବନେଶ୍ୱର ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ବର୍ଷର ଡି.ଫାର୍ମା ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ ରେଳମଣ୍ଡଳ ହସ୍ପିଟାଲର ଓପିଡ଼ି କମ୍ପେ୍ଲକ୍ସରେ ଏକ ମଧୁମେହ ଖାଦ୍ୟ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ମୋଟ ୧୦ଟି ଶିକ୍ଷାଗତ ଷ୍ଟଲରେ ମଧୁମେହ ବିଷୟରେ ବ୍ୟାପକ ସୂଚନା ପ୍ରଦର୍ଶିତ କରାଯାଇ ଏହାର ଲକ୍ଷଣ, ନିର୍ଣ୍ଣୟ, ଜଟିଳତା, ପରିଚାଳନା ଏବଂ ଚିକିତ୍ସା ସମ୍ବନ୍ଧରେ ଅବଗତ କରାଯାଇଥିଲା । ଆୟୋଜିତ ଷ୍ଟଲଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସଚେତନତା ବାର୍ତ୍ତା ଦର୍ଶାଇଥିଲା ଏବଂ ପରିଦର୍ଶକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ଶିକ୍ଷଣ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା । ମଧୁମେହ ଖାଦ୍ୟ ପ୍ରଦର୍ଶନୀ ଆକର୍ଷଣର କେନ୍ଦ୍ର ରହି ମଧୁମେହ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ସୁସ୍ଥ ଖାଦ୍ୟ ଅଭ୍ୟାସ ପ୍ରଦର୍ଶନ କରିଥିଲା ।

ଓପିଡ଼ିରେ ଉପସ୍ଥିତ ରୋଗୀ, ରେଳ କର୍ମଚାରୀ ଏବଂ ହିତାଧିକାରୀ, ଚିକିତ୍ସା ଅଧିକାରୀ, ନର୍ସିଙ୍ଗ ଅଧିକାରୀ ଏବଂ ଚିକିତ୍ସା କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶୁଭ୍ରଜ୍ୟୋତି ମଣ୍ଡଳଙ୍କ ସହିତ ଅନ୍ୟାନ୍ୟ ରେଳ ଅଧିକାରୀମାନେ ମଧ୍ୟ ଏହି ପ୍ରଦର୍ଶନୀ ପରିଦର୍ଶନ କରିଥିଲେ ଏବଂ ଦଳର ପ୍ରୟାସକୁ ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର ଫାର୍ମାସି ବିଭାଗର ଡକ୍ଟର ଜ୍ୟୋସ୍ନା ରାଣୀ ଦାଶ, ସୁଶ୍ରୀ ସୁଚରିତା ବାବୁ, ଡକ୍ଟର ବୀଣା ପାଣି ବାରିକ ଏବଂ ପ୍ରଫେସର (ଡକ୍ଟର) କିର୍ତ୍ତିମାୟା ମିଶ୍ର ଯଥା , ଏବଂ ପ୍ରଫେସର (ଡକ୍ଟର) କୀର୍ତ୍ତିମୟ ମିଶ୍ର ସଫଳତାର ସହିତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ଖୋର୍ଦ୍ଧା ରୋଡସ୍ଥିତ ରେଳମଣ୍ଡଳର ମଣ୍ଡଳ ରେଳ ହସ୍ପିଟାଲର ଡାକ୍ତରୀ କର୍ମଚାରୀଙ୍କ ସହିତ ଘନିଷ୍ଠ ସହଯୋଗରେ କାର୍ଯ୍ୟ କରିଥିଲେ ଯାହା କାର୍ଯ୍ୟକ୍ରମର ସୁଗମ ଏବଂ ପ୍ରଭାବଶାଳୀ ପରିଚାଳନା ସୁନିଶ୍ଚିତ କରିଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande