ନୂଆପଡା ଉପନିର୍ବାଚନରେ ବିଜୟ ପରେ ଯାଜପୁରରେ ବିଜୟ ଉତ୍ସବ
ଧର୍ମଶାଳା,୧୪ ନଭେମ୍ବର (ହି.ସ.)- ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ନୂଆପଡାର ଉପ ନିର୍ବାଚନରେ ବିଜେପିର ସର୍ବ ବୃହତ ବିଜୟ ହୋଇଛି । ବିଜୟ ମୁକୁଟ ପିନ୍ଧିଲେ ଜୟ ଢୋଲକିଆ । ନୂଆପଡା ବିଜୟ ପରେ ଯାଜପୁର ଜିଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ଜିଲାର ବରୀ ନିର୍ବା
ନୂଆପଡା ଉପନିର୍ବାଚନରେ ବିଜୟ ପରେ ଯାଜପୁରରେ ବିଜୟ ଉତ୍ସବ


ଧର୍ମଶାଳା,୧୪ ନଭେମ୍ବର (ହି.ସ.)- ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ନୂଆପଡାର ଉପ ନିର୍ବାଚନରେ ବିଜେପିର ସର୍ବ ବୃହତ ବିଜୟ ହୋଇଛି । ବିଜୟ ମୁକୁଟ ପିନ୍ଧିଲେ ଜୟ ଢୋଲକିଆ । ନୂଆପଡା ବିଜୟ ପରେ ଯାଜପୁର ଜିଲାରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜୟ ଉତ୍ସବ ପାଳିତ ହୋଇଯାଇଛି । ଜିଲାର ବରୀ ନିର୍ବାଚନ ମଣ୍ଡଳୀ ଦରଘା ଠାରେ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ୱରେ ଶହଶହ ଦଳୀୟ କର୍ମୀ ସାମିଲ ହୋଇ ବାଜା ବାଣ ବଜାଇ ବିଜୟ ଉତ୍ସବ ପାଳନ କରିଛନ୍ତି । ତାହା ସହିତ ପରସ୍ପରକୁ ଆଲିଙ୍ଗନ କରି ମିଠା ଖୁଆଇ ବିଜୟ ଉତ୍ସବ ପାଳନ କରିଥିବା ବେଳେ ଏହି ଉତ୍ସବରେ ବହୁ ବରିଷ୍ଠ ନେତା କର୍ମୀ ଓ ଯୁବ ନେତା ସାମିଲ ହୋଇଥିଲେ ।

ସେହିପରି ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ନୂଆପଡାରେ ବିଜୟ ପରେ ଦଳୀୟ କର୍ମୀ ମହଲରେ ବେଶ୍ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଛି । ଧର୍ମଶାଳାର ବିଧାୟକ ହିମାଶୁଂ ଶେଖର ସାହୁଙ୍କ ଗୋଟି ଚାଳନାରେ ଏହି ସଫଳତା ମିଳିଥିବା ନେଇ ଚର୍ଚ୍ଚା ଜୋର ଧରିଛି । କର୍ମୀମାନେ ଏକତ୍ର ହୋଇ ବିଜୟ ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande