ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଜନନାୟକ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଧରତୀ ଆବା ନାମରେ ସୁପରିଚିତ ମହାନ ସ୍ୱାଧୀନତା ସଂଗ୍ରାମୀ
ଜନନାୟକ ଭଗବାନ ବିର୍ସା     ମୁଣ୍ଡାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 15 ନଭେମ୍ବର (ହି.ସ.)- ଜନନାୟକ

ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

। ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଧରତୀ ଆବା ନାମରେ ସୁପରିଚିତ

ମହାନ ସ୍ୱାଧୀନତା ସଂଗ୍ରାମୀ, ଜନନାୟକ ଭଗବାନ ବିର୍ସା ମୁଣ୍ତାଙ୍କ ୧୫୦ତମ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି

ଜଣାଉଛି । ଏହି ପବିତ୍ର ଦିନରେ ପାଳିତ 'ଜନଜାତି ଗୌରବ ଦିବସ' ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।

ପ୍ରଭାତି ପରିଡା କହିଛନ୍ତି

ଯେ, ଚଳିତ ବର୍ଷ ଭଗବାନ ବିର୍ସା ମୁଣ୍ତାଙ୍କ ୧୫୦ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ସରକାରଙ୍କ

ତରଫରୁ ଚଳିତ ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ମାଟି ପାଇଁ ଏବଂ ଜନଜାତିଙ୍କ ଅଧିକାର

ପାଇଁ ତାଙ୍କ ସଂଗ୍ରାମର କାହାଣୀ ଆଜି ମଧ୍ୟ ପ୍ରେରଣାଦାୟୀ । ବିର୍ସାଙ୍କ ଆଦର୍ଶରେ ଆମ ସରକାର ଜନଜାତିଙ୍କ

ସର୍ବାଙ୍ଗୀନ ବିକାଶ ପାଇଁ ସଂକଳ୍ପବଦ୍ଧ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande