
ଭଦ୍ରକ, ୧୬ ନଭେମ୍ବର (ହି.ସ.) -ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ୩୫ ନମ୍ୱର ରାଜ୍ୟ ରାଜପଥର ଆରଡି ଫାଣ୍ଡି ଅଧିନ କୁଳେଇପଦା ହନୁମାନଛକ ନିକଟରେ ଗତକାଲି ରାତିରେ ଏକ କାର ଭାରସାମ୍ୟ ହରାଇ ବିଦ୍ୟୁତ ଖୁଂଟ ଓ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। କାରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ରୁଜି ଯିବା ସହ କାର ଚାଳକଙ୍କ ସହ ୪ଗୁରୁତରଙ୍କୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ ସ୍ଥାନୀୟ ଲୋକ। ଘଟଣାସ୍ଥଳରେ ପୁଲିସ ପହଂଚି ଦୂର୍ଘଟଣା ଗ୍ରସ୍ତ କାରକୁ ଜବତ କରିବା ସହ କାରଟି କିପରି ଭାବେ ଦୁର୍ଘଟଣା ଘଟାଇଲା ତଦନ୍ତ ଜାରି ରଖିଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ