

ମାଲକାନଗିରି, ୧୬ ନଭେମ୍ବର (ହି.ସ.) ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେଜିଲ୍ଲା ସ୍ତରୀୟ ଲୋକ ସଂଗଠନ ମହିଳା ଶ୍ରମଜିବୀ ସଂଗଠନ ଓ ଶ୍ରମଜିବୀ ସଂଗଠନ ମାଲ କାନଗିରିଦ୍ଵାରା “ପରମ୍ପରା ବିକାଶ ଯାତ୍ରା”, ର ଶୁଭାରମ୍ଭ କଦମଗୁଡା ସରପଞ୍ଚ ସୂର୍ଯ୍ୟ ନାରାୟଣ ଝିଗିଡି, ଖଇରପୁଟ ବ୍ଲକର ଅଧ୍ୟକ୍ଷ ବିଘ୍ନ କିର୍ଶlନୀ ଓ ଜିଲ୍ଲାର ବଣ୍ଡା ଜନଜାତି ର ସଭାପତି ମୁକୁନ୍ଦ ମାଝୀ, ଭୂମିଆ ସମାଜର ହାତୀରାମ ଗଡ଼ଙ୍ଗୀ, ପରଜା ସମାଜର ରାମଦାସ ବଡ଼ନାୟକ, କୋୟା ସମାଜର ମୁକୁନ୍ଦ ମାଡ଼କାମୀ, ହଲବା ସମାଜର ଡମ୍ବରୁ ଧର ନାୟକ ଓ କନ୍ଧ ସମାଜର ଗଣପତି ଖିଲ ପ୍ରମୁଖ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି l ଯାହାକି ଆଦିବାସୀ ଜ୍ଞାନକୌଶଳଗୁଡିକୁ ଚିହ୍ନଟ ଓ ସଂରକ୍ଷଣ ଦ୍ଵାରା ପୁନଃ ଜୀବିତକରିବାର ପ୍ରୟାସ ଜାରି ରଖିବ। ଏହି ଯାତ୍ରା ଜରିଆରେ ଜିଲ୍ଲାର ସମସ୍ତ ଆଦିବାସୀ ସମାଜ ମାନଙ୍କରେ ଲୁକାୟିତ ଥିବା ଜ୍ଞାନ କୌଶଳ ଗୁଡିକୁ ସଂଗ୍ରହ ଏବଂ ପରିପ୍ରକାଶ କରିବା ପାଇଁ ପ୍ରସ୍ତୁତି ଜାରିରହିଛି l
ଜିଲ୍ଲାର ଆଦିମ ଅଧିବାସୀ ମାନଙ୍କର ଜଙ୍ଗଲ , ଭୂମି, ଖାଦ୍ୟ, ସ୍ଵାସ୍ଥ୍ୟ, ସଂସ୍କୃତି ଏବଂ ଜୀବିକା ସମ୍ବନ୍ଧରରେ ଥିବା ଜ୍ଞାନ ଏବଂ ପ୍ରୟୋଗ କୁ ଜାଣିବା ଓ ଏହାର ଏକ ପ୍ରାମାଣିକ ପ୍ରସ୍ତୁତି ସହିତ ବର୍ତ୍ତମାନ ର ପିଢିର ଜୀବନଶୈଳୀ ସହ ସଂଯୋଗ କରିବା ହେଉଛି ଏହି ଯାତ୍ରାର ମୂଳ ଲକ୍ଷ୍ୟ! ଯାହାକି ନଭେମ୍ବର ୧୫, ୨୦୨୫ ଠାରୁ ମାର୍ଚ୍ଚ ୧୫, ୨୦୨୬ ପର୍ଯ୍ୟନ୍ତ ଜାରିରହିବ।
“ଆସ ଆମେ ଶୁଣିବା” ଅଭିଯାନର କାର୍ଯ୍ୟସୂଚୀ ; ଯଥା ସ୍ଥାନୀୟ ପରିବେଶ ଓ ଜଳବାୟୁ, ଜଙ୍ଗଲ ରୁ ମିଳୁଥିବା ଔଷଧୀୟ ଚେରମୂଳି,ହଜିଯାଇଥିବା ଖେଳ ଓ କସରତ ର ପୁନର୍ଜୀବିତ କରାଇବା,ବିକଶିତ ଭାରତ ୨୦୪୭ ର ସ୍ବପ୍ନ ସାକାର କରିବା ପାଇଁ ଗାଁ ରେ ଚିତ୍ରାଙ୍କନ,ଜୈବ ବିବିଧତା ପାଇଁ ଯୁବ ପିଢ଼ି ଙ୍କୁ ବୟୋଜ୍ୟେଷ୍ଠ ଙ୍କ ଚିଠି,ପରିବର୍ତ୍ତନ ପାଇଁ ନାଚ, ଗୀତ, ଗପ ଓ କଳା ସଂସ୍କୃତି ର ରିଲସ, ଛ ତିଅଣ ନଅ ଭଜା ମାଧ୍ୟମ ରେ ଖାଦ୍ୟ ପ୍ରସ୍ତୁତିଆଦି କାର୍ଯ୍ୟକ୍ରମ ଜିଲ୍ଲାର ୭ ଗୋଟି ବ୍ଲକର ୩୬ ଟି ପଞ୍ଚାୟତର ୧୬୦ ଗୋଟି ଗ୍ରାମ ମାନଙ୍କରେ ଅନୁଷ୍ଠିତ ହେବ ବୋଲି ସଂଗଠନର ଜିଲ୍ଲା ସଂଯୋଜକ ବଟକୃଷ୍ଣ ସାହୁ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସଂଗଠନ ସଭାପତି ରାଜେନ୍ଦ୍ର କବାସୀ, ଏରା ପଡିଆମୀ, ନୀଳ ବିଶୋଇ ଓ କର୍ମୀ ତ୍ରିନାଥ ବଡ଼ନାୟକ, ଜିତେନ୍ଦ୍ର ଖିଲ,ଶ୍ରୀନୁ ସେଲବମ, ମଦନ ହନ୍ତାଳ, ଚମ୍ପା ଗତନ, ଶୁଭଶ୍ରୀ ମାଢି, ସନ୍ତୁର ମାଢି, ସୋମନାଥ ମାଡକାମୀ, ଶୂକ୍ରା ଗୁରୁତେଲି, ଗୋବର୍ଧନ ପାଙ୍ଗି, କୃଷ୍ଣ ସିସା, ଗୌରାଙ୍ଗ ଅଧିକାରୀ, ରାଜେନ୍ଦ୍ର ମାଡକାମୀ, ନୀଳକଣ୍ଠ ନାୟକ, ସାଲିନା ପାଙ୍ଗି, ରାମପଦ ପ୍ରଧାନ, ଚିତ୍ତରଞ୍ଜନ ସାହୁ ଏବଂ ଓଡିଶା ଶ୍ରମଜୀବୀ ମଞ୍ଚ, ମହିଳା ଶ୍ରମଜୀବୀ ମଞ୍ଚ ର ରାଜ୍ୟ ପ୍ରଭାରୀ ପଞ୍ଚାନନ ପ୍ରଧାନ, ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ