
କନ୍ଧମାଳ, ୧୬ ନଭେମ୍ବର(ହି.ସ.) – କନ୍ଧମାଲ ଜିଲ୍ଲାରେ କାର୍ଯ୍ୟରତ ଥିବା ବିଜିଏନ ଡିଭିଜନର ସଦସ୍ୟ ଦକ୍ଷୀଣାଂଚଳ ଆଇଜି ନିତିନ ଶେଖରଙ୍କ ନିକଟରେ ଆତ୍ମ ସମର୍ପପଣ କରିଛନ୍ତି ୨ ହାର୍ଡକୋର ମାଓବାଦୀ। ଦକ୍ଷିଣାଂଚଳ ଆଇଜି କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଆଇଜି। ଏହି ଅବସରରେ ତାଙ୍କ ସହିତ କନ୍ଧମାଳ ଏସପି ହରିଶ ବିସି, ବାଲିଗୁଡା ଏସ୍ଡ଼ିପିଓ ଏବଂ ବୌଦ୍ଧ ଏସପି ଉପସ୍ଥିତ ଥିଲେ । ପୋଲିସ ସୂଚନା ଅନୁଯାୟୀ ୧୬. ୧୧. ୨୫ରେ ଦୁଇ ହାର୍ଡକୋର ମାଓବାଦୀ ଯଥା ବିଜି ଏନ ବିଭାଗର ଉଙ୍ଗା କାଲୁମୁ ଅ କିଶୋର(ପିଏମ), ଓ ମାସେ ମାଦବୀ(ପିଏମ) ଜିଲ୍ଲା ସୁକୁମା ଛତିଶଗଡ ବୋଲି ଜଣା ପଡିଛି କ୍ଷ ସମସ୍ତ ଆତ୍ମସମର୍ପଣ କରିଥିବା ମାଓ କ୍ୟାଡର ଛତିଶଗଡ଼ ବଂଶୋଦ୍ଭବ।
ସେମାନଙ୍କର କାର୍ଯ୍ୟଥିଲା ଦକ୍ଷିଣ-କେନ୍ଦ୍ର ଓଡ଼ିଶା ଦେଇ ଝାଡ଼ଖଣ୍ଡରୁ ଛତିଶଗଡ଼ ପର୍ଯ୍ୟନ୍ତ ଉତର-ଦକ୍ଷିଣ କରିଡରକୁ ପୁନଃ ସକ୍ରିୟ କରିବା। ସେମାନେ ଯଥାକ୍ରମେ ସିପିଆଇ(ମାଓବାଦୀ) ସଂଗଠନରେ ୨୦୧୮, ମସିହାରୁ କାର୍ଯ୍ୟ କରୁଥିଲେ। ଓଡ଼ିଶା ରାଜ୍ୟ ରେ ଅନେକ ହିଂସାତ୍ମକ ଘଟଣାରେ ସମ୍ପୃକ୍ତ ଥିଲେ। ସେମାନେ ଏକ ସାଧାରଣ ଜୀବନଯାପନ କରିବା ପାଇଁ ଆତ୍ମସମର୍ପଣ କରିଛନ୍ତି।
ସେମାନଙ୍କ କହିବା ଅନୁଯାଯ଼ୀ, କାନ୍ଧମାଳ ଜିଲ୍ଲାର ଅଭ୍ୟନ୍ତରୀଣ ଅଂଚଳରେ ନକ୍ସଲ ବିରୋଧୀ ଅପରେସନକୁ ଜୋରଦାର କରାଯାଇଛି ଏବଂ ମହିଳା ମାଓ ସଦସ୍ୟଙ୍କୁ ଯୌନ ନିର୍ଯାତନା ଦେବା, ଧମକ ଦେଇ ପାଣ୍ଠି ଆଦାୟ ଏବଂ ମିଥ୍ୟା ପ୍ରତିଶ୍ରୁତି ଏବଂ ପ୍ରଚାର ଦ୍ୱାରା ଯୁବକ ଏବଂ ଯୁବତୀ ମାନଙ୍କୁ ସଂଗଠନରେ ଅନ୍ତର୍ଭୁକ୍ତ କରିବା ଭଳି କ୍ରମାଗତ ଅନୈତିକ କାର୍ଯ୍ୟ କଳାପ ଦ୍ୱାରା ସେମାନେ ବିଚଳିତ ଏବଂ ହତାଶ ହୋଇଥିଲେ। ଆଦିବାସୀ ଲୋକଙ୍କ ବିକାଶ ଏବଂ ଉନ୍ନତି ପାଇଁ ସରକକ୍ଷରଙ୍କ ବିଭିନ୍ନ ଯୋଜନା ପ୍ରତି ଆକୃଷ୍ଟ ହୋଇ କେନ୍ଦ୍ର ସରକାରଙ୍କ ମାଓ ଦମନ ୨୦୨୬କୁ ଆଖି ଆଗରେ ରଖି ଆତ୍ମ ସମର୍ପଣ କରିଥିଲେ କ୍ଷ ଏଥି ସହିତ ସେମାନଙ୍କୁ ଏସ୍.ପି. କନ୍ଧମାଳ ବିଭିନ୍ନ ପୋଷ୍ଟର ଏବଂ ଚିଠି ମାଧ୍ୟମରେ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନଙ୍କୁ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନା ଅଧୀନରେ ଉପଯୁକ୍ତ ଭାବରେ ପୁନର୍ବାସ କରାଯିବ, ଯେଉଁଥିରେ ଆର୍ôଥକ ସହାୟତା, ଘର ଜମି, ଘର ନିର୍ମାଣ ସହାୟତା, ଶିକ୍ଷା ସହାୟତା, ମାସିକ ଭତା ସହିତ ବୃତିଗତ ତାଲିମ ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବ। ଚଳିତ ବର୍ଷ ଇଓଏଫ୍/ସମର୍ପଣ ଦ୍ୱାରା ଅନେକ ମାଓ କର୍ମୀଙ୍କୁ ନିଷ୍କ୍ରିୟ କରାଯାଇଛି। ଆତ୍ମସମର୍ପଣ କରିଥିବା ଦୁଇ ମାଓ କ୍ୟାର୍ଡରଙ୍କୁ ସମାଜର ମୁଖ୍ୟସ୍ରୋତରେ ସ୍ୱାଗତ କରିବା ସମୟରେ, ବ୍ରହ୍ମପୁର, ଦକ୍ଷିଣ ରେଞ୍ଜର ଆଇଜିପି, ମାଓବାଦୀଙ୍କୁ ହିଂସା ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ଯୋଗଦେବା ଏବଂ ବିକାଶ ଏବଂ ଆଦିବାସୀ ଉନ୍ନୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ କରିଥିଲେ। ସେ କହିଛନ୍ତି ଯେ ରାଜ୍ୟରୁ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ନହେବା ପର୍ଯ୍ୟନ୍ତ ପ୍ରଭାବିତ ଅଂଚଳରେ ମାଓ ବିରୋଧୀ ଅଭିଯାନକୁ ଆହୁରି ତୀବ୍ର କରାଯିବ। ଆଜି କନ୍ଧମାଳର ଡିଭିଏଫ ଦ୍ୱାରା କମ୍ବିଂ କରୁଥିବା ସମୟରେ, ସେମାନେ ବାଲିଗୁଡ଼ା ପି.ଏସ୍. ସୀମା ଅନ୍ତର୍ଗତ ପାଙ୍ଗୁରମିଲା ଗ୍ରାମ ନିକଟରେ ଏକ ଡମ୍ପରେ କିଛି ମାଓ ସାମଗ୍ରୀ ଜବତ ହୋଇଛି ବୋଲି କନ୍ଧମାଳ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ