
ଭୁବନେଶ୍ୱର, 16 ନଭେମ୍ବର (ହି.ସ.)ଓଡ଼ିଶାରେ ପ୍ରତ୍ୟେକ ଦିନ ଦୁର୍ଘଟଣାରେ 15 ଲୋକଙ୍କର ହେଉଛି ମୃତ୍ୟୁ- ସଚିବ
- ଆଜିଠାରୁ ୩୦ ପର୍ଯ୍ୟନ୍ତ ପାଳନ ହେଉଛି
ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ । ଓଡ଼ିଶାରେ ସଡ଼କ ଦୁର୍ଘଟଣା ପାଇଁ ବଢୁଛି ଚିନ୍ତା।
ସଡ଼କ ଦୁର୍ଘଟଣାରେ ଓଡ଼ିଶାରେ ପ୍ରତ୍ୟେକ ଦିନ 15 ଲୋକଙ୍କର ହେଉଛି
ମୃତ୍ୟୁ। ଯାହା ଏକ ଚିନ୍ତାଜନକ ସ୍ଥିତି ବୋଲି ସ୍ୱୀକାର କରିଛନ୍ତି ଖୋଦ ସଚିବ ଉଷା ପାଢ଼ୀ। ଖାଲି ଓଡ଼ିଶାରେ ନୁହେଁ ବରଂ ସାରା ଭାରତରେ ସଡ଼କ
ସୁରକ୍ଷା ଏକ ବଡ ସମସ୍ୟା ରୂପ ଏବେ ଉଭା ହେଲାଣି। ପୂରା ଦୁନିଆରେ ରାସ୍ତା ଦୁର୍ଘଟଣରେ ଏକ ନମ୍ବର
ସ୍ଥାନରେ ରହିଛି ଭାରତ। ଆଉ ପୁରା ଭାରତରେ ସଡ଼କ
ଦୁର୍ଘଟଣାରେ ଓଡ଼ିଶା 13ନମ୍ବର ସ୍ଥାନରେ
ରହିଛି। ଲୋକମାନଙ୍କ ସହଯୋଗ, ସରକାର,ପୋଲିସ, ରୋଡ ଓନିଙ୍ଗ
ଏଜେନ୍ସି, ଏଜୁକେସନ
ଇନ୍ଷ୍ଟିଚ୍ୟୁଟ ସମସ୍ତଙ୍କ ମିଳିତ ଉଦ୍ୟମରେ ସଡ଼କ
ଦୁର୍ଘଟଣାକୁ ରୋକିବା ଚେଷ୍ଟା ଜାରି ରହିଛି। ତେବେ 4 ଟି ଦିଗରେ ରୋଡ
ସୁରକ୍ଷା ରୋକିବା ନେଇ ସରକାରଙ୍କ ପ୍ରଚେଷ୍ଟା
ଚଳାଇଛନ୍ତି । ଲୋକମାନ ଛୋଟ ବେନିଫିଟ ପାଇଁ ଲାଇନ
ରୁଲ, ମିଡିୟମ ରୁଲକୁ ମାନୁ
ନାହାଁନ୍ତି। ଯେଉଁଥିପାଇଁ ଦୁର୍ଘଟଣା ସଂଖ୍ୟା
ବଢୁଛି। ତେବେ ରାଜ୍ୟ ସରକାର ବ୍ଲାକ ସ୍ପଟ ଚିହ୍ନଟ ହୋଇଥିବା ଅଞ୍ଚଳରେ
ଇଂଜିନିୟରିଙ୍ଗ ସୋଲୁସନ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଆମେ ରୋଡ ଓନିଙ୍ଗ ଏଜେନସି ଯେମିତିକି ପିଡବ୍ଲୁଡି ,ଏନଏଚଏଆଇ, ଆରଡିସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି ଇଞ୍ଜିନିୟରିଙ୍ଗ ସଲ୍ୟୁସନ ପାଇଁ। ସେହିପରି ଭଳି ରାସ୍ତାର ଭିଡ ନିୟନ୍ତ୍ରଣ
ପାଇଁ ସରକାର ହାଇପର ଲୋକାଲ ସଲ୍ୟୁସନପାଇଁ ଚାଲିଛି ଚେଷ୍ଟା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା