ଆଦର୍ଶ ଡିଜିଟାଲ ଗାଆଁ ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ନେଇପାରେ ଏନ୍‌ଆଇଟି ପରି ସଂସ୍ଥା- ରାଷ୍ଟ୍ରପତି
ନୂଆଦିଲ୍ଲୀ, ୧୯ ନଭେମ୍ବର(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ରାଷ୍ଟ୍ରୀୟ ପ୍ରାଦୌଗିକି ସଂସ୍ଥାନ(ଏନ୍‌ଆଇଟି) ପରି ଉଚ୍ଚ ଟେକ୍‌ନିକ ଶିକ୍ଷଣ ସଂସ୍ଥାନ ଦେଶରେ ଆଦର୍ଶ ଡିଜିଟାଲ୍ ଗାଆଁର ନିର୍ମାଣରେ ପ୍ରମୁଖ ଯୋଗଦାନ ଦେଇପାରେ। ଏହି ସଂସ୍ଥାନ ସରଳ ଟେକ୍‌ନିକ ସମାଧାନ ବିକଶିତ କରି ଗ୍ରା
ଆଦର୍ଶ ଡିଜିଟାଲ ଗାଆଁ ନିର୍ମାଣରେ ମହତ୍ୱପୂର୍ଣ୍ଣ ଭୂମିକା ନେଇପାରେ ଏନ୍‌ଆଇଟି ପରି ସଂସ୍ଥା- ରାଷ୍ଟ୍ରପତି


ନୂଆଦିଲ୍ଲୀ, ୧୯ ନଭେମ୍ବର(ହି.ସ.) – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ରାଷ୍ଟ୍ରୀୟ ପ୍ରାଦୌଗିକି ସଂସ୍ଥାନ(ଏନ୍‌ଆଇଟି) ପରି ଉଚ୍ଚ ଟେକ୍‌ନିକ ଶିକ୍ଷଣ ସଂସ୍ଥାନ ଦେଶରେ ଆଦର୍ଶ ଡିଜିଟାଲ୍ ଗାଆଁର ନିର୍ମାଣରେ ପ୍ରମୁଖ ଯୋଗଦାନ ଦେଇପାରେ। ଏହି ସଂସ୍ଥାନ ସରଳ ଟେକ୍‌ନିକ ସମାଧାନ ବିକଶିତ କରି ଗ୍ରାମୀଣ କ୍ଷେତ୍ର ପର୍ଯ୍ୟନ୍ତ ଟେକ୍‌ନିକ୍ ପହଂଚିବା ସୁନିଶ୍ଚିତ କରିପାରିବା, ଲୋକଙ୍କୁ ଡିଜିଟାଲ୍ କୌଶଳ ଶିଖାଇ ପାରିବା ଏବଂ ଉଦ୍ୟୋଗର ସହଯୋଗରେ ଗାଆଁରେ ଉତମ ସୁବିଧାର ବିକାଶକୁ ଗତି ଦେଇପାରିବା।

ରାଷ୍ଟ୍ରପତି ବୁଧବାର ଦିନ ଏନଆଇଟି ଦିଲ୍ଲୀର ପଂଚମ ଦୀକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରିଥିଲେ। ସେ କହିଛନ୍ତି ଯେ ଡିଜିଟାଲ୍ ଇଣ୍ଡିଆ ଅଭିଯାନ ଦେଶରେ ଟେକ୍‌ନିକ୍କୁ ଜନସାଧାରଣ ପର୍ଯ୍ୟନ୍ତ ପହଂଚାଇବା କାର୍ଯ୍ୟ କରିଛନ୍ତି ଏବଂ ଏହା ମାଧ୍ୟମରେ ଅଗଣିତ ଅବସରର ନୂଆ ଦ୍ୱାର ଖୋଲିଛି। ସେ କହିଛନ୍ତି ଯେ ସରକାର ଗ୍ରାମୀଣ କ୍ଷେତ ପର୍ଯ୍ୟନ୍ତ ସ୍ପିଡ ଇଂଟରନେଟ୍‌, ଡିଜିଟାଲ ସେବା ଏବଂ ଆଧୁନିକ ଟେକ୍‌ନିକ ସୁବିଧାର ବିସ୍ତାର ପାଇଁ ନିରନ୍ତର ପ୍ରୟାସରତ, ଯାହାଫଳରେ ସମସ୍ତ ନାଗରିକଙ୍କୁ ସମାନ ଅବସର ମିଳିପାରିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande