ଆଜିଠୁ ବେଙ୍ଗାଲୁରୁରେ ଦୁଇଦିନିଆ ଭାରତୀୟ ଏୟାରୋସ୍ପେସ ମେଡିସିନ ସୋସିଇଟିର 64ତମ ବାର୍ଷିକ ସମ୍ମିଳନୀ
ନୂଆଦିଲ୍ଲୀ, 20 ନଭେମ୍ବର (ହି.ସ)- ଇଣ୍ଡିଆନ୍ ସୋସାଇଟି ଅଫ୍ ଏୟାରୋସ୍ପେସ୍ ମେଡିସିନ୍ ର 64ତମ ବାର୍ଷିକ ସମ୍ମିଳନୀ 20-21 ନଭେମ୍ବରରେ ବେଙ୍ଗାଲୁରୁର ଇନଷ୍ଟିଟ୍ୟୁଟ୍ ଅଫ୍ ଏୟାରୋସ୍ପେସ୍ ମେଡିସିନ୍ ରେ ଆୟୋଜିତ ହେବ। ବାୟୁସେନା ପ୍ରମୁଖ ଏୟାର୍ ଚିଫ୍ ମାର୍ଶାଲ୍ ଏ. ପି. ସ
ଆଜିଠୁ ବେଙ୍ଗାଲୁରୁରେ ଦୁଇଦିନିଆ     ଭାରତୀୟ ଏୟାରୋସ୍ପେସ ମେଡିସିନ ସୋସିଇଟିର 64ତମ ବାର୍ଷିକ ସମ୍ମିଳନୀ


ନୂଆଦିଲ୍ଲୀ, 20 ନଭେମ୍ବର

(ହି.ସ)- ଇଣ୍ଡିଆନ୍ ସୋସାଇଟି ଅଫ୍ ଏୟାରୋସ୍ପେସ୍ ମେଡିସିନ୍ ର 64ତମ ବାର୍ଷିକ ସମ୍ମିଳନୀ 20-21

ନଭେମ୍ବରରେ ବେଙ୍ଗାଲୁରୁର ଇନଷ୍ଟିଟ୍ୟୁଟ୍ ଅଫ୍ ଏୟାରୋସ୍ପେସ୍ ମେଡିସିନ୍ ରେ ଆୟୋଜିତ ହେବ।

ବାୟୁସେନା ପ୍ରମୁଖ ଏୟାର୍ ଚିଫ୍ ମାର୍ଶାଲ୍ ଏ. ପି. ସିଂହ ଏହି ସମ୍ମିଳନୀର ଉଦ୍‌ଘାଟନ କରିବେ।

ସମ୍ମିଳନୀରେ ଦେଶ-ବିଦେଶର ପ୍ରାୟ 300 ପ୍ରତିନିଧି ଯୋଗ ଦେବେ। ଡିଆରଡିଓପ୍ରୟୋଗଶାଳା, ଇସ୍ରୋର ପ୍ରମୁଖ

ବୈଜ୍ଞାନିକମାନେ ଏବଂ ସମ୍ବନ୍ଧିତ ସଂସ୍ଥାମାନଙ୍କର ଗବେଷକମାନେ ମଧ୍ୟ ଏଥିରେ ଭାଗ ନେବେ।

କାର୍ଯ୍ୟକ୍ରମରେ ଇତିହାସକାର

ଅଞ୍ଚିତ ଗୁପ୍ତା ‘ଏୟାର୍ ମାର୍ଶାଲ୍ ସୁବ୍ରତୋ ମୁଖାର୍ଜୀ ସ୍ମାରକ ବ୍ୟାଖ୍ୟାନ’ ଦେବେ। ଏୟାର୍ ଭାଇସ୍ ମାର୍ଶାଲ୍ ଦୀପକ ଗୌଡ଼ (ସେବାନିବୃତ) ‘ଏୟାର୍ ଭାଇସ୍ ମାର୍ଶାଲ୍ ଏମ. ଏମ. ଶ୍ରୀନାଗେଶ ସ୍ମାରକ ବ୍ୟାଖ୍ୟାନ’ ପ୍ରସ୍ତୁତ କରିବେ।

ସମ୍ମିଳନୀର ଅନ୍ୟ ଏକ

ଗୁରୁତ୍ୱପୂର୍ଣ୍ଣ ବ୍ୟାଖ୍ୟାନ ‘ଜେମି ହର୍ମୁସଜି ଫ୍ରାମଜି

ମାନେକଶା ପ୍ୟାନେଲ୍’

ଅଟେ, ଯେଉଁଥିରେ ପିକ୍ସଲ୍

ଏୟାରୋସ୍ପେସ୍ ଟେକ୍ନୋଲୋଜିସ୍‌ର ସିଈଓ ଓ ସଂସ୍ଥାପକ ଅୱେସ୍ ଅହମଦ, ଇଣ୍ଡିଗୋ ଏୟାରଲାଇନ୍‌ସର ପ୍ରମୁଖ ଉଡାଣ ସୁରକ୍ଷା ଅଧିକାରୀ କ୍ୟାପ୍ଟେନ୍ ଧ୍ରୁବ

ରେବ୍ବାପ୍ରଗଦା ସହିତ ଅନେକ ପ୍ରସିଦ୍ଧ ବିଶେଷଜ୍ଞମାନଙ୍କର ବ୍ୟାଖ୍ୟାନ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande