ଅର୍ଥମନ୍ତ୍ରୀ ଆଇଟି କ୍ଷେତ୍ର ବିଶେଷଜ୍ଞ ଏବଂ ଅଂଶୀଦାରମାନଙ୍କ ସହିତ କରିଛନ୍ତି ପ୍ରାକ ବଜେଟ ପରାମର୍ଶ ବୈଠକ
ନୂଆଦିଲ୍ଲୀ, ୧୯ ନଭେମ୍ବର (ହିସ) - କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ନୂଆଦିଲ୍ଲୀରେ ଆଗାମୀ କେନ୍ଦ୍ର ବଜେଟ୍ ୨୦୨୬-୨୭ ସମ୍ପର୍କରେ ଆଇଟି କ୍ଷେତ୍ର ବିଶେଷଜ୍ଞ ଏବଂ ଅଂଶୀଦାରମାନଙ୍କ ସହିତ ଏକ ପ୍ରାକ-ବଜେଟ୍ ପରାମର୍ଶ ବୈଠକ କରିଥିଲେ। କେନ୍ଦ୍ର ଅର୍ଥ ରାଷ୍ଟ
ଅର୍ଥମନ୍ତ୍ରୀ ଆଇଟି କ୍ଷେତ୍ର ବିଶେଷଜ୍ଞ ଏବଂ ଅଂଶୀଦାରମାନଙ୍କ ସହିତ କରିଛନ୍ତି ପ୍ରାକ ବଜେଟ ପରାମର୍ଶ ବୈଠକ


ନୂଆଦିଲ୍ଲୀ, ୧୯ ନଭେମ୍ବର (ହିସ) - କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ନୂଆଦିଲ୍ଲୀରେ ଆଗାମୀ କେନ୍ଦ୍ର ବଜେଟ୍ ୨୦୨୬-୨୭ ସମ୍ପର୍କରେ ଆଇଟି କ୍ଷେତ୍ର ବିଶେଷଜ୍ଞ ଏବଂ ଅଂଶୀଦାରମାନଙ୍କ ସହିତ ଏକ ପ୍ରାକ-ବଜେଟ୍ ପରାମର୍ଶ ବୈଠକ କରିଥିଲେ।

କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ, ଅର୍ଥନୈତିକ ବ୍ୟାପାର ବିଭାଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ସଚିବ ଏବଂ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ମଧ୍ୟ ବୈଠକରେ ଯୋଗ ଦେଇଥିଲେ। କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ମଧ୍ୟ ଆଇଟି କ୍ଷେତ୍ରର ପ୍ରତିନିଧିମାନଙ୍କ ସହିତ ପ୍ରାକ-ବଜେଟ୍ ବୈଠକରେ ଯୋଗ ଦେଇଥିଲେ।

ସେ କହିଛନ୍ତି ଯେ ଏହି ବୈଠକରେ, ଆଇଟି କ୍ଷେତ୍ରରେ ନୂତନ ସୁଯୋଗ, ଗୁରୁତ୍ୱପୂର୍ଣ୍ଣ ଆର୍ôଥକ ସଂସ୍କାର ଏବଂ ଆଗାମୀ ଚ୍ୟାଲେଞ୍ଜ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ନିଶ୍ଚିତ ଭାବରେ ଆଗାମୀ କେନ୍ଦ୍ର ବଜେଟ୍ ୨୦୨୬-୨୭ ପାଇଁ ଏକ ଦୃଢ଼ ଏବଂ ଦୂରଦୃଷ୍ଟିପୂର୍ଣ୍ଣ ଦିଗଦର୍ଶନ ପ୍ରଦାନ କରିବ।

--------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande