
ମୁମ୍ବାଇ, ୧୯ ନଭେମ୍ବର(ହି.ସ.) – ନୂଆ ଅପରାଧିକ କାନୁନ୍ର କ୍ରିୟାନ୍ୱୟନ ପୀଡ଼ିତଙ୍କୁ ନ୍ୟାୟ ଦେବାରେ ପ୍ରଭାବୀ ପ୍ରମାଣିତ ହୋଇଛି। ନୂଆ ଅପରାଧିକ ଆଇନ୍ରେ ଡିଜିଟାଲ୍ ଏବଂ ଇଲେକ୍ଟ୍ରୋନିକ ସାକ୍ଷ୍ୟଙ୍କୁ ସ୍ୱୀକାର କରାଯାଉଛି, ଯଦିଓ ବ୍ରିଟିଶକାଳୀନ ଅପରାଧିକ ଆଇନ୍ ଡିଜିଟାଲ ବା ଇଲେକ୍ଟ୍ରୋନିକ୍ ରୂପରେ ସାକ୍ଷ୍ୟ ସ୍ୱୀକାର କରିବାକୁ ଅନୁମତି ଦେଉନଥିଲେ, ପୁଣି ଅପରାଧର କେତେକ ଅଭିଯୁକ୍ତ ସାକ୍ଷ୍ୟର ଅଭାବରେ ଖଲାସ ହୋଇଯାଉଥିଲେ, କିନ୍ତୁ ଏବେ କେନ୍ଦ୍ର ସରକାର ଦ୍ୱାରା ଲାଗୁ କରାଯାଇଥିବା ନୂଆ ଅପରାଧିକ ଆଇନ୍ର କାର୍ଯ୍ୟାନ୍ୱୟନ କାରଣରୁ ପୀଡ଼ିତଙ୍କୁ ଏକ ନିଶ୍ଚିତ ସମୟ ସୀମା ଭିତରେ ନ୍ୟାୟ ମିଳୁଛି। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀଶ ବୁଧବାର ଦିନ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହି କଥା କହିଛନ୍ତି।
ମୁମ୍ବାଇର ଆଜାଦ ମୈଦାନରେ ନୂଆ ଅପରାଧିକ ଆଇନ୍ ଉପରେ ଆଧାରିତ ପାଂଚଦିନିଆ ପ୍ରଦର୍ଶନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଫଡଣବୀଶ କହିଛନ୍ତି ଯେ ଅଂଗ୍ରେଜ ଭାରତ ଉପରେ ଶାସନ କରିବା ପାଇଁ ଭାରତୀୟ ଦଣ୍ଡ ସଂହିତା, ଦଣ୍ଡ ପ୍ରକ୍ରିୟା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ପ୍ରସ୍ତୁତ କରିଥିଲେ। ଏହା ଏପରି ଆଇନ୍ ଯାହା ପ୍ରାୟ ୧୨୫ରୁ ୧୫୦ ବର୍ଷ ପୁରୁଣା ଅଟେ। ଏହି ଆଇନ୍ରେ ଭାରତୀର ପ୍ରଗତି ବା ଏଠାର ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଦେବାର କୌଣସି ପ୍ରାବଧାନ ନଥିଲା। ତେବେ ଏବେ ନୂଆ ଆଇନ୍ର ନିର୍ମାଣରେ ଏହି ବ୍ୟବସ୍ଥା ବଦଳିଗଲା।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି