
ନୂଆଦିଲ୍ଲୀ, ୧୯ ନଭେମ୍ବର (ହିସ)- ଭୀମା-କୋରେଗାଓଁ ମାମଲାର ଅଭିଯୁକ୍ତ ଜ୍ୟୋତି ଜଗତାପଙ୍କୁ ସୁପ୍ରିମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଜଷ୍ଟିସ୍ ଏମଏମ୍ ସୁନ୍ଦରେଶଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ତାଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ବୁଧବାର ଶୁଣାଣି ସମୟରେ ଜ୍ୟୋତି ଜଗତାପଙ୍କ ଓକିଲ ଅପର୍ଣ୍ଣା ଭଟ୍ଟ କହିଛନ୍ତି ଯେ ଜ୍ୟୋତି ଜଗତାପ ପାଂଚ ବର୍ଷ ଧରି ଜେଲରେ ଅଛନ୍ତି। ଜଗତାପ ନିଷିଦ୍ଧ ମାଓ ସଂଗଠନର ସହଯୋଗୀ କବିର କଳା ମଂଚର ସଦସ୍ୟ।
ଜଗତାପଙ୍କୁ ସେପ୍େଟମ୍ବର ୨୦୦୦ରେ ଗିରଫ କରାଯାଇଥିଲା। ଜାତୀୟ ତଦନ୍ତ ସଂସ୍ଥା ଅନୁଯାୟୀ, ଜଗତାପ ଏବଂ ଅନ୍ୟ ଅଭିଯୁକ୍ତମାନେ ଡିସେମ୍ବର ୩୧, ୨୦୧୭ରେ ଏଲଗାର ପରିଷଦ ଆୟୋଜନ କରିଥିଲେ, ଯାହା ହିଂସା ସୃଷ୍ଟି କରିଥିଲା। ବମ୍ବେ ହାଇକୋର୍ଟ ୧୭ ଅକ୍ଟୋବର ୨୦୨୨ରେ ଜଗତାପଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ।
------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ