ରାମ ମନ୍ଦିରର ଶିଖର ସହିତ ଅନ୍ୟ ସାତ ମନ୍ଦିରରେ ବି ଧ୍ୱଜ ପତାକା ଉଡାଯିବ- ନୃପେନ୍ଦ୍ର ମିଶ୍ର
ଅଯୋଧ୍ୟା, 19 ନଭେମ୍ବର (ହି.ସ.)- ଆଗାମୀ 25 ନଭେମ୍ବରେ ଅଯୋଧ୍ୟାର ରାମ ନଗରୀରେ ରାମ ମନ୍ଦିରର ଶିଖର ଉପରେ ଧର୍ମ ଧ୍ୱଜ ପତାକା ଉଡାଇବାର ଏକ ଐତିହାସିକ କାର୍ଯ୍ୟକ୍ରମ ହେବ। ଏହା ସଂପର୍କରେ ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ବୁଧବାର କହିଛନ୍ତ
ରାମ ମନ୍ଦିରର ଶିଖର ସହିତ     ଅନ୍ୟ ସାତ ମନ୍ଦିରରେ ବି ଧ୍ୱଜ ପତାକା ଉଡାଯିବ- ନୃପେନ୍ଦ୍ର ମିଶ୍ର


ଅଯୋଧ୍ୟା, 19 ନଭେମ୍ବର (ହି.ସ.)- ଆଗାମୀ 25

ନଭେମ୍ବରେ ଅଯୋଧ୍ୟାର ରାମ ନଗରୀରେ ରାମ ମନ୍ଦିରର ଶିଖର ଉପରେ ଧର୍ମ ଧ୍ୱଜ ପତାକା ଉଡାଇବାର ଏକ

ଐତିହାସିକ କାର୍ଯ୍ୟକ୍ରମ ହେବ। ଏହା ସଂପର୍କରେ ରାମ ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ

ନୃପେନ୍ଦ୍ର ମିଶ୍ର ବୁଧବାର କହିଛନ୍ତି ଯେ, ଶେଷାବତାର ମନ୍ଦିର ଏବଂ

ପରିକୋଟା ଅଞ୍ଚଳରେ ଥିବା ଛଅଟି ପଞ୍ଚାୟତୀ ମନ୍ଦିରରେ ମଧ୍ୟ ଧ୍ୱଜ ପତାକା ଉଡାଯିବ।

ଧ୍ୱଜାରୋହଣ ସମୟରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ଚାରି ଘଣ୍ଟା ଅଯୋଧ୍ୟାରେ ରହିବେ। ସେ କହିଛନ୍ତି ଯେ

ଧର୍ମ ଧ୍ୱଜ ପତାକାର ଦୁଇଥର ସଫଳ ଟ୍ରାଏଲ୍ କରାଯାଇଛି। ସମସ୍ତ ଟେକ୍ନିକାଲ ପ୍ରସ୍ତୁତି ରାମ

ମନ୍ଦିର ନିର୍ମାଣ ସମିତିର ତଦାରଖରେ ପୂରା କରାଯାଇଛି। ପତାକା 11 ମିଟର ଚଉଡ଼ା ଏବଂ 22 ମିଟର

ଲମ୍ବା ଅଟେ, ଯାହାକୁ ରଶି, ପୁଲି ଏବଂ ମେସିନ୍‌ର

ସହଯୋଗରେ ଶିଖର ପର୍ଯ୍ୟନ୍ତ ନିଆଯାଇପାରିବ। ସମସ୍ତ ଯାଞ୍ଚ ପ୍ରକ୍ରିୟାର ନିରୀକ୍ଷଣ ପାଇଁ ଏକ ଦଳ

ବିଶେଷଜ୍ଞ ନିୟୋଜିତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ

ଆଦିତ୍ୟନାଥ ଅୟୋଧ୍ୟା ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି। ସେ ଅଧିକାରୀମାନଙ୍କୁ

ନିର୍ଦେଶ ଦେଇଛନ୍ତି ଯେ ସୁରକ୍ଷାରେ କୌଣସି ପ୍ରକାର ଅବହେଳା ହେବା ଉଚିତ୍ ନୁହେଁ। 25

ନଭେମ୍ବରରେ ଧ୍ୱଜାରୋହଣ ହେବାରୁ ଶ୍ରଦ୍ଧାଳୁମାନେ ରାମଲଲାଙ୍କ ଦର୍ଶନ କରିପାରିବେ ନାହିଁ। ଏବଂ

26 ନଭେମ୍ବରରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଅସିବାରୁ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି

ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande