ଜେଡିୟୁ ନୀତୀଶ କୁମାର ଓ ବିଜେପି ସମ୍ରାଟ ଚୌଧୁରୀଙ୍କୁ ବାଛିଲା ବିଧାୟକ ଦଳ ନେତା
ପାଟଣା, 19 ନଭେମ୍ବର (ହି.ସ.)- ବିହାରରେ ନୂତନ ସରକାର ଗଠନର ପ୍ରସ୍ତୁତି ମଧ୍ୟରେ ଜେଡିୟୁର ନବନିର୍ବାଚିତ ବିଧାୟକମାନେ ପୁନର୍ବାର ଦଳର ଜାତୀୟ ଅଧ୍ୟକ୍ଷ ନୀତିଶ କୁମାରଙ୍କୁ ନିଜର ନେତା ବାଛିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଆବାସରେ ଜେଡିୟୁବିଧାୟକ ଦଳର ବୈଠକ ହୋଇଥିଲା, ଯେଉଁଠାରେ
ଜେଡିୟୁ ନୀତୀଶ କୁମାର ଓ     ବିଜେପି ସମ୍ରାଟ ଚୌଧୁରୀଙ୍କୁ ବାଛିଲା ବିଧାୟକ ଦଳ ନେତା


ପାଟଣା, 19 ନଭେମ୍ବର (ହି.ସ.)- ବିହାରରେ ନୂତନ

ସରକାର ଗଠନର ପ୍ରସ୍ତୁତି ମଧ୍ୟରେ ଜେଡିୟୁର ନବନିର୍ବାଚିତ ବିଧାୟକମାନେ ପୁନର୍ବାର ଦଳର ଜାତୀୟ

ଅଧ୍ୟକ୍ଷ ନୀତିଶ କୁମାରଙ୍କୁ ନିଜର ନେତା ବାଛିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଆବାସରେ ଜେଡିୟୁବିଧାୟକ ଦଳର ବୈଠକ ହୋଇଥିଲା, ଯେଉଁଠାରେ

ସର୍ବସମ୍ମତିରେ ନୀତିଶ କୁମାରଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ଭାରତୀୟ ଜନତା

ପାର୍ଟି ମଧ୍ୟ ସମ୍ରାଟ୍ ଚୌଧୁରୀଙ୍କୁ ସର୍ବସମ୍ମତିରେ ବିଧାୟକ ଦଳର ନେତା ବାଛିଛି।

ଜେଡିୟୁର ବୈଠକରେ ପାର୍ଟିର

ସମସ୍ତ ବିଧାୟକ ଉପସ୍ଥିତ ଥିଲେ। ବୈଠକ ସମୟରେ ଏହା ସ୍ପଷ୍ଟ ଭାବରେ ପ୍ରକାଶ ପାଇଛି ଯେ ପାର୍ଟି

ନୀତିଶ କୁମାରଙ୍କର ଅନୁଭବ ଓ ନେତୃତ୍ୱ ଉପରେ ପୂର୍ଣ୍ଣ ଭରସା କରେ। ଜେଡିୟୁର ବରିଷ୍ଠ ନେତାମାନେ

ବୈଠକ ପରେ କହିଛନ୍ତି ଯେ ରାଜ୍ୟକୁ ଏକ ସ୍ଥିର ନେତୃତ୍ୱର ଆବଶ୍ୟକତା ଅଛି ଏବଂ ନୀତିଶ କୁମାରଙ୍କ

ନେତୃତ୍ୱରେ ବିହାରର ବିକାଶ ଆହୁରି ଶୀଘ୍ର ଗତିରେ ହୋଇପାରିବ।

ନୀତିଶ କୁମାରଙ୍କ ପକ୍ଷରୁ

ମଧ୍ୟ ଏହି ସଙ୍କେତ ମିଳିଛି ଯେ ସେ ସତ୍ତା ପରିବର୍ତ୍ତନକୁ ବିହାରର ହିତରେ ବ୍ୟବହାର କରିବେ ଏବଂ

ଆସନ୍ତା କେତେକ ମାସରେ ନୂଆ ଯୋଜନା ଓ ନୀତିଗୁଡ଼ିକ ସହିତ ବିକାଶର ଏକ ନୂତନ ରୋଡମ୍ୟାପ୍

ପ୍ରସ୍ତୁତ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande