
ବାକୁ, 19 ନଭେମ୍ବର (ହି.ସ.)- କେନ୍ଦ୍ରୀୟ ସଂଚାର
ଏବଂ ଗ୍ରାମୀଣ ବିକାଶ ରାଜ୍ୟମନ୍ତ୍ରୀ ଡା. ଚନ୍ଦ୍ରଶେଖର ପେମ୍ମାସାନି କହିଛନ୍ତି ଯେ, ପ୍ରବାସୀ ଭାରତୀୟମାନଙ୍କର ସଫଳତା ଭାରତର ଆନ୍ତର୍ଜାତୀୟ ଛବିକୁ ସୁଦୃଢ
କରିଥାଏ,
ତାଙ୍କର ନିବେଶ ନୂଆ ସୁଯୋଗ ସୃଷ୍ଟି କରେ ଏବଂ ତାଙ୍କର ସନ୍ତାନମାନେ
ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ସେତୁର କାମ କରିଥାଏ।
ଡା. ପେମ୍ମାସାନି
ଅଜରବାଇଜାନର ବାକୁ ସହରରେ ଭାରତୀୟ ସମୁଦାୟକୁ ସମ୍ବୋଧନ କରି ପ୍ରବାସୀ ଭାରତୀୟମାନଙ୍କୁ ଅନୁରୋଧ
କରିଛନ୍ତି ଯେ ସେମାନେ ମେଣ୍ଟର୍ ହୁଅନ୍ତୁ, ଯୁବ ଉଦ୍ୟମୀମାନଙ୍କୁ ମାର୍ଗଦର୍ଶନ କରନ୍ତୁ, ଭାରତରେ ନିବେଶ ବୃଦ୍ଧି କରନ୍ତୁ ଏବଂ ଦେଶର ବିକାଶ ଯାତ୍ରାରେ ସକ୍ରିୟ
ଭାଗ ନିଅନ୍ତୁ। କାର୍ଯ୍ୟକ୍ରମରେ 1,000 ରୁ ଅଧିକ ଭାରତୀୟ ବଂଶୋଦ୍ଭବ ଉପସ୍ଥିତ ଥିଲେ। ଏଥିରେ ଆନ୍ତର୍ଜାତୀୟ
ତୈଳ-ଗ୍ୟାସ୍, ଆତିଥ୍ୟ
ଏବଂ କମୋଡିଟି ଟ୍ରେଡିଂ କ୍ଷେତ୍ରର ପେଶାଦାରମାନଙ୍କ ସହ ସହିତ ଅଜରବାଇଜାନର ବିଭିନ୍ନ ବିଶ୍ୱବିଦ୍ୟାଳୟରେ
ପଢ଼ୁଥିବା 380
ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ଥିଲେ।
ଡା. ପେମ୍ମାସାନି ଭାରତୀୟ
ସମୁଦାୟର ଏକତା ଓ ସଂଗଠନ କ୍ଷମତାର ପ୍ରଶଂସା କରିଥିଲେ। ସେ “ଇଣ୍ଡିଆନ-ଅଜରବାଇଜାନ ଏସୋସିଏସନ୍”, “ଅଜରବାଇଜାନ-ତେଲୁଗୁ ଏସୋସିଏସନ୍”, “ବାକୁ ତାମିଲ୍ ସଙ୍ଘମ୍” ଏବଂ “ଇଣ୍ଡିଆନ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ ଅଫ୍ ଅଜରବାଇଜାନ” ପରି ସଂଗଠନର ବିଶେଷ ଉଲ୍ଲେଖ କରି କହିଥିଲେ ଯେ, ହଜାର ହଜାର କିଲୋମିଟର୍ ଦୂରରେ ରହିଲେ ମଧ୍ୟ ଏହି ସମୁଦାୟ ଏକ
ଆଧୁନିକ ଏବଂ ନିଜ ମୂଳ ସଂସ୍କୃତି ସହିତ ଜଡିତ ଭାରତକୁ ପ୍ରଦର୍ଶନ କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା