ତୋଟା ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ
ଗଂଜାମ, 20 ନଭେମ୍ବର (ହି.ସ.) ଖଲିକୋଟ ଥାନା ତୋଟା ଗାଁ ଏକ ଚାହା ଦୋକାନରେ ଭୋର ସାଢେ ତିନିଟା ସମୟରେ ଦୋକାଦୀ ଚାହା ତିଆରି କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଲିକ ହୋଇ ଗ୍ୟାସ ସିଲିଣ୍ଡର ଫାଟି ଦୋକାନଟି ସଂପୂର୍ଣ୍ଣ ଜଳିପୋଡି ଭସ୍ମୀଭୂତ ହୋଇଛି । ଦୋକାନରେ ଥିବା ଭେରାଇଟି ସାମଗ୍ରୀ ଫ୍ରିଜ, ଟଂକା
ତୋଟା ଗାଁରେ ଗ୍ୟାସ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ


ଗଂଜାମ, 20 ନଭେମ୍ବର (ହି.ସ.)

ଖଲିକୋଟ ଥାନା ତୋଟା ଗାଁ ଏକ ଚାହା ଦୋକାନରେ ଭୋର ସାଢେ ତିନିଟା ସମୟରେ ଦୋକାଦୀ ଚାହା ତିଆରି କରୁଥିବା ବେଳେ ଗ୍ୟାସ ସିଲିଣ୍ଡର ଲିକ ହୋଇ ଗ୍ୟାସ ସିଲିଣ୍ଡର ଫାଟି ଦୋକାନଟି ସଂପୂର୍ଣ୍ଣ ଜଳିପୋଡି ଭସ୍ମୀଭୂତ ହୋଇଛି । ଦୋକାନରେ ଥିବା ଭେରାଇଟି ସାମଗ୍ରୀ ଫ୍ରିଜ, ଟଂକା ପଇସା ସମସ୍ତ ସାମଗ୍ରୀ ପୋଡିଯାଇଛି। ଦୋକାନ ପାଖରେ ଥିବା ଜଣେ ବ୍ୟକ୍ତିଙ୍କ ଲୁନା ଗାଡିଟି ମଧ୍ୟ ପୋଡିଯାଇଛି। ଖଲିକୋଟ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିକାଣ୍ଡକୁ ଆୟତ୍ତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande