
ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ପୋଷ୍ଟାଲ ଡିଭିଜନର ଅଧିକ୍ଷକ ଶୁଭ୍ରାକାଶ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଶାଳା ବ୍ଲକ କାଏମା ପଂଚାୟତ କାର୍ଯ୍ୟାଳୟଠାରେ ଆଧାରକାର୍ଡ ସଂଶୋଧନ ଏବଂ ନୂତନ ଆଧାରକାର୍ଡ ଆବେଦନ ପାଇଁ କ୍ୟାମ୍ପର ଆୟୋଜନ କରାଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କ୍ୟାମ୍ପକୁ ଡିଭିଜନ କର୍ମଚାରୀ ସୌମ୍ୟ ରଂଜନ ପଣ୍ଡା ପରିଚାଳନା କରୁଛନ୍ତି । କାଏମା ପୋଷ୍ଟମାଷ୍ଟର ଧନେଶ୍ୱର ମହାନ୍ତି ଏହି କ୍ୟାମ୍ପକୁ ସହଯୋଗ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୋଷ୍ଟାଲ କର୍ମଚାରୀ କୁଳମଣୀ ରାଉତ ଓ ରମେଶ ଚନ୍ଦ୍ର ମହାନ୍ତି ସହଯୋଗ କରୁଥିବା ବେଳେ ଏହି କ୍ୟାମ୍ପରେ ବିଦ୍ୟାଳୟ ପିଲାମାନଙ୍କ ଆଧାର ସଂଶୋଧନ ନିଶୁକ୍ଲ ଥିବା ବେଳେ ଅନ୍ୟମାନଙ୍କ ପାଇଁ ସରକାରୀ ଧାର୍ଯ୍ୟ ମୂଲ୍ୟ ନିଆଯାଇ ଥିବା ଜଣାପଡିଛି । ଶହଶହ ଜନସାରଣ ଏହି କ୍ୟାମ୍ପରେ ଯୋଗ ଦେଇଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ