ରସୁଲପୁର ବ୍ଲକ ପ୍ରାଣୀ ଚିକିତ୍ସାଳୟରେ ସିଡିଭିଓ
ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ କୋଳଥଳସ୍ଥିତ ସଂସ୍କାର ଗୋଶାଳାକୁ ପ୍ରାଣୀ ଚିକିତ୍ସାଳୟର ବିଭିଓ ଡ. ଜ୍ୟୋତି ରଂଜନ ମହାନ୍ତି,ଭି,ଏସ୍ ଡ. ସଂଦୀପ କୁମାର ବାରିକ୍‌,ସୁଶାନ୍ତ କୁମାର ଲେଙ୍କା ଓ ଅଜିତ କୁମାର ଆୟଚ ପ୍ରମୁଖ ଦୀର୍ଘ ଦିନ ହେବ ସେବା ଯୋଗାଇ ଆସୁଛନ୍ତି । ଜିଲା ପ୍ର
ରସୁଲପୁର ବ୍ଲକ ପ୍ରାଣୀ ଚିକିତ୍ସାଳୟରେ ସିଡିଭିଓ


ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ କୋଳଥଳସ୍ଥିତ ସଂସ୍କାର ଗୋଶାଳାକୁ ପ୍ରାଣୀ ଚିକିତ୍ସାଳୟର ବିଭିଓ ଡ. ଜ୍ୟୋତି ରଂଜନ ମହାନ୍ତି,ଭି,ଏସ୍ ଡ. ସଂଦୀପ କୁମାର ବାରିକ୍‌,ସୁଶାନ୍ତ କୁମାର ଲେଙ୍କା ଓ ଅଜିତ କୁମାର ଆୟଚ ପ୍ରମୁଖ ଦୀର୍ଘ ଦିନ ହେବ ସେବା ଯୋଗାଇ ଆସୁଛନ୍ତି । ଜିଲା ପ୍ରାଣୀ ଚିକିତ୍ସାଳୟର ସିଡିଭିଓ ଡ. ସୁବ୍ରତ କୁମାର ମହାପାତ୍ର ଓ ଏଡିଭିଓ ଡ. ସୁଶାନ୍ତ କୁମାର ବେହେରା ଗୋଶାଳାରେ ପଂହଚି ଏହାର ଭିତି ଭୂମି ବୁଲି ଦେଖିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗୋଶାଳା କିପରି ନିକଟ ଭବିଷ୍ୟତରେ ସରକାରୀସ୍ତରରେ ସହାୟତା ପାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଗୋମାତାଙ୍କ ଖାଦ୍ୟ ନିମନ୍ତେ ଚୋକଡ ଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande