ବୋଦୁଅ ପଂଚାୟତରେ ପ୍ରାଣୀ ଚିକିତ୍ସା ଶିବିର
ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ବୋଦୁଅ ପଂଚାୟତସ୍ଥ ଯଜେ୍ଞଶ୍ୱର ପଡିଆରେ ଏକଦିବସୀୟ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗୋମାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଫାଟୁଆର ଟିକାରଣ ,କୃମି ନିରାକରଣ ଓ ଭିଟାମିନ୍ ଆଦି ଔଷଧ ପ୍ରଦାନ କରାଯାଇ ଥିଲା । ଏଥିରେ
ବୋଦୁଅ ପଂଚାୟତରେ ପ୍ରାଣୀ ଚିକିତ୍ସା ଶିବିର


ଧର୍ମଶାଳା,୨୦ନଭେମ୍ବର(ହି.ସ.) - ଯାଜପୁର ଜିଲା ବୋଦୁଅ ପଂଚାୟତସ୍ଥ ଯଜେ୍ଞଶ୍ୱର ପଡିଆରେ ଏକଦିବସୀୟ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଗୋମାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଫାଟୁଆର ଟିକାରଣ ,କୃମି ନିରାକରଣ ଓ ଭିଟାମିନ୍ ଆଦି ଔଷଧ ପ୍ରଦାନ କରାଯାଇ ଥିଲା । ଏଥିରେ ବରୀ ମଣ୍ଡଳ ପ୍ରାଣୀଚିକିତ୍ସା ପକ୍ଷରୁ ପ୍ରାଣୀଧନ ନିରୀକ୍ଷକ ନିର୍ମଳ ପଣ୍ଡା,ମୈତ୍ରୀ ଅମୂଲ୍ୟ କୁମାର ଜେନା ପ୍ରମୁଖ ଚିକିତ୍ସା କରୁଥିବା ବେଳେ କାର୍ଯ୍ୟକ୍ରମକୁ ସମାଜିକ କର୍ମୀ ବିଶ୍ୱଭୂଷଣ ଜେନା,କାଶୀନାଥ ପଲାଇ ଓ ରାକେଶ ରୋଶନ ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଆଖପାଖ ଅଂଚଳର ଗାଈମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande