
ଭୁବନେଶ୍ୱର, ୦୪ ନଭେମ୍ବର (ହି.ସ)- ନୂଆପଡା ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ। ସେ କହିଛନ୍ତି ନୂଆପଡାରେ ତିନି ଦଳର ଲଢେଇ ହେବ। କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣାରେ ପ୍ରଥମେ ଥିଲା । ସେଠି ଆଦିବାସୀ ଲୋକଙ୍କ ସଂଖ୍ୟା ଅଧିକ । ବଜେପି ଓ ବିଜେଡି ନିଜଭିତରେ ପାର୍ôଥ ବୁଝାମଣା କରି ଘୋଷଣା କଲେ। ବଜେପି କିପରି ଜିତିବ ତାହା ଲକ୍ଷ୍ୟ। କିନ୍ତୁ କଂଗ୍ରେସ ବହୁତ ଆଗରେ ଅଛି। ନବୀନ ବାବୁ ବଜେପି ଉପରେ ବିଷୋଦଗାର କରୁଛନ୍ତି।ହେଲେ ଭିତରେ କୋଳାକୋଳି ବାହାରେ କଳି । ସବୁ କେବଳ ଲୋକ ଦେଖାଣିଆ। ନୂଆପଡା ବାସୀଙ୍କୁ ବଜେପି ବିଜେଡି ଉଭୟ ପ୍ରତାରଣା କରିଛନ୍ତି ।୧୩ ବର୍ଷ ହେଲା ବିଜେଡିକୁ ଆଗରୁ ଭୋଟ ଚୋରି ଜଣା ପଡୁନଥିଲା ଏବେ ଜଣା ପଡୁଛି । ଭୋଟଚୋରି କଥା ରାହୁଲ ଗାନ୍ଧୀ ଉଠେଇ ଥିଲେ । କଳାହାଣ୍ଡିକୁ ଶସ୍ୟ ଶାମଳା କରିବାରେ କଂଗ୍ରେସର ଭୂମିକା ରହିଛି। ୟେ ସରକାର ଏକ ବିଫଳ ସରକାର । ନୂଆପଡାବାସୀ ନିଷ୍ପତି କରିସାରିଛନ୍ତି । ଉଚିତ ଜବାବ ଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା