
ସମ୍ବଲପୁର, ୦୪ ନଭେମ୍ବର(ହି.ସ.) – ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଝାରସୁଗୁଡ଼ାରେ ଲୋକ କୈନ୍ଦ୍ରିକ ନୂତନତ୍ୱ, କାର୍ଯ୍ୟଦକ୍ଷତା ଓ ଅନ୍ତର୍ଭୁକ୍ତି ମୂଳକ ଅଭିବୃଦ୍ଧିକୁ ଜୋର ଦିଆଯାଉଛି। କାର୍ଯ୍ୟ କ୍ଷେତ୍ରରେ ଉତ୍କର୍ଷତା ଏବଂ ସାମାଜିକ ସହାବସ୍ଥାନକୁ ଗୁରୁତ୍ୱ ଦେବା ସହିତ ଲୋକମାନଙ୍କୁ ଆଗକୁ ଅଗ୍ରସର କରିବା ପାଇଁ କାର୍ଯ୍ୟ କରାଯାଉଛି। ଏ ସଂପର୍କରେ କମ୍ପାନୀର ସିଇଓ ସି. ଚନ୍ଦ୍ରୁ କହିଛନ୍ତି ଯେ, କମ୍ପାନୀ ଝାରସୁଗୁଡ଼ାରେ ଲୋକମାନଙ୍କୁ ନେଇ ପରିବର୍ତନର ଲକ୍ଷ୍ୟ ରଖିଛି। ଏଥିପାଇଁ ସେମାନଙ୍କୁ ସଶକ୍ତ ଓ ନିରନ୍ତରା ଉନ୍ନତିର ପ୍ଲାଟଫର୍ମ ଦିଆଯାଉଛି । କମ୍ପାନୀ କର୍ମଚାରୀମାନଙ୍କ ଅଭିଜ୍ଞତାକୁ ପୁନଃ ପରିଭାଷିତ କରି ଅନ୍ତର୍ଭୁକ୍ତିମୂଳକ ଓ ଲୋକ କୈନ୍ଦ୍ରିକ ନେତୃତ୍ୱର ନୂତନ ମାନଦଣ୍ଡ ସ୍ଥାପନ କରିଛି ବୋଲି ସିଏଚ୍ଆର୍ଓ ସୂର୍ଯ୍ୟକାନ୍ତ ସୁବେକା କହିଛନ୍ତି। କମ୍ପାନୀରେ ସଂପୃକ୍ତ ଯୁବ ପେଶାଦାରମାନଙ୍କ ମହତ୍ୱକାକ୍ଷାଂ ଓ ନୂତନ ଦୃଷ୍ଟିକରଣର ଉନ୍ନତି ପାଇଁ ଯୁବ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ, ପ୍ରତିଭା ଅନ୍ୱେଷଣ ଚିହ୍ନଟ ସହିତ ସଶକ୍ତିକରଣର ମଂଚ ପ୍ରଦାନ କରୁଛି। ଝାରସୁଗୁଡ଼ାରେ ଲୋକମାନଙ୍କ ବିକାଶ ଓ ଶିକ୍ଷାକୁ କମ୍ପାନୀ ଅଭିବୃଦ୍ଧି ଦର୍ଶନର କେନ୍ଦ୍ରବିନ୍ଦୁରେ ପରିଣତ କରିଛି। ଏଥିପାଇଁ ଶ୍ରୀ ଶକ୍ତି, ପ୍ରକଳ୍ପ ପଂଛିରେ ଯଥାକ୍ରମେ କର୍ମଚାରୀ ଏବଂ ଯୁବତୀମାନଙ୍କୁ ସାମିଲ କରିଥିବା କୁହାଯାଉଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ