ବାଇକ୍ ଚୋରି କରି ଫେରାର ବେଳେ ବସ୍ ସହ ଧକ୍କାରେ ଗୁରୁତର ଚୋର
ଜୟପୁର, 4 ନଭେମ୍ବର (ହି.ସ.)ବାଇକ୍ ଚୋରି କରି ଫେରାର ହେଉଥିବା ବେଳେ ବସ୍ ସହ ଧକ୍କା ହୋଇ ଚୋର ଗୁରୁତର । ଗୁରୁତର ଙ୍କୁ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବୈପାରିଗୁଡା ବ୍ଲକ ମହୁଲି ପଞ୍ଚାୟତର ବିଚଲକୋଟା ଗ୍ରାମରେ।ଆଜି ଅପରାହ୍ନ ୩ ଟା ସମୟରେ ଘଟିଛି l ଘଟଣା ଅନୁଯାୟୀ, ବିଚଲକୋଟା ଗ୍ରା
ବାଇକ୍ ଚୋରି କରି ଫେରାର ବେଳେ ବସ୍ ସହ ଧକ୍କାରେ ଗୁରୁତର ଚୋର


ଜୟପୁର, 4 ନଭେମ୍ବର (ହି.ସ.)ବାଇକ୍ ଚୋରି କରି ଫେରାର ହେଉଥିବା ବେଳେ ବସ୍ ସହ ଧକ୍କା ହୋଇ ଚୋର ଗୁରୁତର । ଗୁରୁତର ଙ୍କୁ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ବୈପାରିଗୁଡା ବ୍ଲକ ମହୁଲି ପଞ୍ଚାୟତର ବିଚଲକୋଟା ଗ୍ରାମରେ।ଆଜି ଅପରାହ୍ନ ୩ ଟା ସମୟରେ ଘଟିଛି l ଘଟଣା ଅନୁଯାୟୀ, ବିଚଲକୋଟା ଗ୍ରାମର ଲିପୁ ମହାପାତ୍ର ନିଜ ବାଇକ୍ ଘର ସାମ୍ନାରେ ରଖିଥିବା ବେଳେ ଜଣେ ଚୋର ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା। ଚୋର ବିଚଲକୋଟା ରୁ ବାଇକ୍ ନେଇ ବୈପାରିଗୁଡା ଆଡ଼କୁ ଆସୁଥିବା ବେଳେ ମହୁଲି ଘାଟିରେ ଗୋଟିଏ ବସ୍ ସହିତ ଧକ୍କା ହୋଇଥିଲା। ଫଳରେ ଗୁରୁତର ଆହତ ହୋଇ ରାସ୍ତା କଡ଼ରେ ପଡ଼ି ରହିଥିଲା। ମେଡ଼ିକାଲରେ ଚିକିତ୍ସା ପରେ ଚୋରର ପରିଚୟ ପଚାରିବାରୁ ସେ ମାଲକାନଗିରି ଜିଲ୍ଲାର ମାଟିଗୁଡା ଗ୍ରାମର ରଞ୍ଜନ ବୋଲି ଜଣା ପଡିଛି l ରଂଜନ ଜଣେ ମାନସିକ ରୋଗୀ ବୋଲି ପରିବାର ଲୋକେ କହିଥିଲେ l ସେ କାହାକୁ କିଛି ନ କହି ଘରୁ ବାହାରିଛି ବୋଲି ଜଣାପଡିଛି l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande