ଗୋରୁ ବୋଝେଇ କ୍ୟାମ୍ପର ଜବତ
କେନ୍ଦୁଝର, 5 ନଭେମ୍ବର (ହି.ସ.) ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ଭଦ୍ରାସାହି ଛକ ନିକଟରେ ଏକ ଗୋରୁ ବୋଝେଇ କ୍ୟାମ୍ପର କୁ ହିନ୍ଦୁ ସୁରକ୍ଷା ମଞ୍ଚର କର୍ମୀ ମାନେ ଜବଦ କରିଛନ୍ତି। ପ୍ରାପ୍ତ ଖବରରୁ ପ୍ରକାଶ ଯେ ଏକ କ୍ୟାମ୍ପର ଯୋଗେ ଗୋରୁ ଚାଲାଣ ହେଉଥ‌ିବା ପୂର୍ବ ସୂଚନା ପାଇ ହିନ୍ଦୁ
ଗୋରୁ ବୋଝେଇ କ୍ୟାମ୍ପର ଜବତ


କେନ୍ଦୁଝର, 5 ନଭେମ୍ବର (ହି.ସ.)

ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ଭଦ୍ରାସାହି ଛକ ନିକଟରେ ଏକ ଗୋରୁ ବୋଝେଇ କ୍ୟାମ୍ପର କୁ ହିନ୍ଦୁ ସୁରକ୍ଷା ମଞ୍ଚର କର୍ମୀ ମାନେ ଜବଦ କରିଛନ୍ତି। ପ୍ରାପ୍ତ ଖବରରୁ ପ୍ରକାଶ ଯେ ଏକ କ୍ୟାମ୍ପର ଯୋଗେ ଗୋରୁ ଚାଲାଣ ହେଉଥ‌ିବା ପୂର୍ବ ସୂଚନା ପାଇ ହିନ୍ଦୁ ସୁରକ୍ଷା ମଞ୍ଚର କର୍ମୀ ମାନେ ଭଦ୍ରାସାହି ଛକ ନିକଟରେ ଅପେକ୍ଷା କରିଥିଲେ। ତେବେ ଆଜି ଭୋର ଚାରି ଘଟିକା ସମୟରେ ଦୁଇଟି କ୍ୟାମ୍ପର ରେ ଗୋରୁ ବୋଝେଇ ହୋଇ ଆସୁଥିବା ଦେଖ୍ ଅଟକାଇ ବାକୁ ଚେଷ୍ଟା କରିଥିଲେ। ମାତ୍ର ଗୋଟିଏ ଗୋରୁ ବାଝେଇ କ୍ୟାମ୍ପର ସେଠାରୁ ଦ୍ରୁତ ଗତି ରେ ଫେରାର ହୋଇଯାଇଥିବା ବେଳେ ଗୋଟିଏ ଗୋରୁ ବୋଝେଇ କ୍ୟାମ୍ପର କୁ ଧରିବାରେ ସଫଳ ହୋଇଥିଲେ। ସେଥିରେ ବୋଝେଇ ହୋଇଥ‌ିବା ୪ ଟି ବଳଦକୁ ଉଦ୍ଧାର କରିବା ସହିତ ଉକ୍ତ କ୍ୟାମ୍ପର ଓ ଗାଡିର ଡ୍ରାଇଭର ବଡ଼ବିଲ ଥାନା କୁ ହସ୍ତାନ୍ତିର କରିଛନ୍ତି । ଉଦ୍ଧାର ହୋଇଥିବା ୪ ଟି ବଳଦକୁ ବଡ଼ବିଲ ସ୍ଥିତ ତାରିଣୀ ଗୋଶଳାରେ ରଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande