ନାରାୟଣ ରାଉତଙ୍କ ଶ୍ରାଦ୍ଧ ବାର୍ଷିକୀ ପ୍ରସ୍ତୁତି ବୈଠକ
ଭଦ୍ରକ, ୫ ନଭେମ୍ବର (ହି.ସ.) - ଶ୍ରମିକ ନେତା ନାରାୟଣ ଚନ୍ଦ୍ର ରାଉତଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଚଳିତ ମାସ ୨୨ ତାରିଖ ଚାନ୍ଦବାଲି ବିଜୁ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଗବେଷକ ବଂଶୀଧର ଭୋଇଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ଅରଣ୍ୟ ନିବାସ ପରିସରରେ ବୁଧବାର ପୂର୍ବା
NARAYAN ROUT SRADHA BARSIKI PRASTUTI BAITHAK


ଭଦ୍ରକ, ୫ ନଭେମ୍ବର (ହି.ସ.) - ଶ୍ରମିକ ନେତା ନାରାୟଣ ଚନ୍ଦ୍ର ରାଉତଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଚଳିତ ମାସ ୨୨ ତାରିଖ ଚାନ୍ଦବାଲି ବିଜୁ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହେବ। ଏ ନେଇ ଏକ ପ୍ରସ୍ତୁତି ବୈଠକ ଗବେଷକ ବଂଶୀଧର ଭୋଇଙ୍କ ଅଧ୍ୟକ୍ଷତାରେ ଚାନ୍ଦବାଲି ଅରଣ୍ୟ ନିବାସ ପରିସରରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଛି। ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ଜୀବନାଦର୍ଶନ ସମ୍ପର୍କରେ ଏକ ସ୍ମରଣିକା ଉନ୍ମୋଚନ ହେବ। ଏହି ବୈଠକରେ ପରିବେଶବିତ୍ ତାରାପଦ ମହାନ୍ତି, ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ, ସାମାଜିକ କର୍ମୀ ସତ୍ୟବୀର ପ୍ରତାପ ରାୟ, ଯୁବ ଶିଳ୍ପପତି ତଥା ଚାନ୍ଦବାଲି ବିକାଶ ପରିଷଦର କର୍ମକର୍ତା ନିରୋଦ କୁମାର ରାଉତ, ମା ରାଣୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଭାର ପ୍ରାପ୍ତ ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande