
କେନ୍ଦୁଝର, ୦୫ ନଭେମ୍ବର(ହି.ସ.) – ଘଟଗାଁ ଶ୍ରୀମଦ ଭାଗବତ ଗୀତା ଯଜ୍ଞ ପରିବାର ଆନୁକୂଲ୍ୟରେ ଗତ ୨ତାରିଖରୁ ଚାଲିଥିବା୧୦ମ ବାର୍ଷିକ ଗୀତାଯଜ୍ଞର ଆଜି ପୂର୍ଣ୍ଣାହୁତି ଦିଆଯାଇ ଉଦ୍ଯାପିତ ହୋଇଯାଇଛି।
ପ୍ରକାଶ ଯେ ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବିଧାୟକ ପାଣ୍ଠି ୬ଲକ୍ଷ ଟଙ୍କାର ଅନୁଦାନରେ ଯଜ୍ଞପୂଜା ଅର୍ଚନା ଓ ରହଣି ପାଇଁ ନିର୍ମିତ ଗୃହକୁ ଗତ ୨ତାରିଖରେ ପ୍ରତିଷ୍ଠା କରାଯିବା ସହିତ ସେହି ଦିନ ଠାରୁ ୫ତାରିଖ ପର୍ଯ୍ୟନ୍ତକଳସ ଯାତ୍ରା ଅଧିବାସ ଅଙ୍କୁରରୋପଣ ସୂର୍ଯ୍ୟ ଗୁରୁପୂଜା ଗୋମାତା ପୂଜା ଦେବତା ଆବାହନ ଗୀତାପାଠ ଗୋପାଳ ସହସ୍ରନାମ ପାଠକ ଆଳତି ଶେଷରେ ପୁଷ୍ପଞ୍ଜଳି
ଦିଆଯାଇ ଉଦଯାପିତ ହୋଇଛି।
ଯଜ୍ଞରେ ମୁଖ୍ୟପୂଜକ ସୁଧାଂଶୁ ଶେଖର ମହା ପାତ୍ର ସହଯୋଗୀ ପଣ୍ଡିତ ସତ୍ୟନାରାୟଣ ତ୍ରିପାଠୀ ପୂଜା ଅର୍ଚନାକରିଥିବା ବେଳେ ସଂକଳ୍ପରେ ବାସୁଦେବ ସାହୁ ଓ ତାଙ୍କ ସହଧର୍ମିଣୀ ପାର୍ବତୀ ସାହୁ ବସିଥିଲେ କମିଟିର ସମ୍ପାଦକ ବାବୁଲାଲ ପଲେଇ ସଦସ୍ୟ ବିଜୟ କୁମାର ପତି ଶୁଭମ କୁମାର ପଟ୍ଟନାୟକ ସୁମନ୍ତ ବେଜ ଗଣେଶ୍ୱର ରାଉତ ପ୍ରମୁଖଙ୍କ ସହଯୋଗ ଏବଂ ଉତ୍ସାହଯୋଗୁଁ ମହା ଭକ୍ତିପୂର୍ଣ୍ଣ ଆଡମ୍ବର ସହକାରେ ପରିଚାଳିତ ହୋଇ ସମାପିତ ହୋଇଛି।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ