
ମୁଖୀଗୁଡା,୪ନଭେମ୍ବର (ହି. ସ) କଳାହାଣ୍ଡି ଜିଲ୍ଲା ଜୟପାଟଣା ମୁଖ୍ୟ ରାସ୍ତା ପାଲଟିଛି ଏବେ ବାଇକ ଚାଳକଙ୍କ ପାଇଁ ରେସିଂ ମଇଦାନ ।କେତେକ ଯୁବକ ଜୟପାଟଣା ମୁଖ୍ୟରାସ୍ତରେ ଦ୍ରୁତ ଗତିରେ ମୋଟର ସାଇକେଲ ଚଳାଉଛନ୍ତି ଯେ ସାଧାରଣ ଲୋକେ ଭୟଭିତ ହେଉଛନ୍ତି ।
ଆଜି ୩ଟା୨୮ମିନିଟ ସମୟରେ ଏକ ନମ୍ବର ବିହୀନ ମୋଟର ସାଇକେଲ ଦ୍ରୁତ ଗତିରେ ବେପରୁଆ ଭାବେ ବଡପୋଲିଆ ଦେଇ ଗଲାଯେ ମୋଟର ସାଇକେଲ ଚାଳକକୁ ଦେଖିହେଲା ନାହିଁ ।ରାସ୍ତାରେ ଯାଉଥିବ ଲୋକ ମୋଟର ସାଇକେଲରର ଶବ୍ଦରେ ଭୟଭିତ ହୋଇଥିଲେ ।ବିଭିନ୍ନ ସମୟରେ କେତେକ ମୋଟର ସାଇକେଲ ଏପରି ଦ୍ରୁତ ଗତିରେ ଯାଉଛିଯେ ରାଜବାଟି ସାମନାରେ ଥିବା ହମ୍ପସକୁ ବି ମାନୁନାହାନ୍ତି । ଦୃତ ଗତିରେ ଯାଉଥିବା ମୋଟର ସାଇକେଲ ପାଇଁ ସାଧାରଣ ଲୋକେ ଭୟଭୀତ ହେଉଥିବେଳେ ଛୋଟ ମୋଟ ଦୁର୍ଘଟଣା ଘଟୁଛି ।ବଜାରକୁ ଆସୁଥିବା ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାଁନ୍ତି ।ବେପରୁଆ ମୋଟର ସାଇକେଲ ଚାଳକଙ୍କ ଉପରେ ଅଙ୍କୁଶ ନଲଗାଇଲେ ବହୁ ଧନଜୀବନ ନଷ୍ଟ ହେବା ସମ୍ଭାବନା ରହିଛି ।ଏହାର ପ୍ରତିକାର ପାଇଁ ଦାବି ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ନିହାର