
ଜୟପୁର, 4 ନଭେମ୍ବର (ହି.ସ.) ଜୟପୁର ଜୟନଗର ଠାରେ ପୌର ପାଳିକାର ୧୨ଟି ଷ୍ଟଲ ପ୍ରଶାସନ ଆଜି ଉଛେଦ କରିଛି । ଲକ୍ଷମୀ ପଣ୍ଡା ଛକ ଠାରୁ ପଞ୍ଚାନନ ମନ୍ଦିର ଯାଏ ୪ ଲାଇନ ବିଶିଷ୍ଟ ରାସ୍ତା ନିର୍ମାଣ ହେଉଛି । ସେଥି ପାଇ ଆଜି ଜୟପୁର ପୌର ପାଳିକାର ୧୨ଟି ଷ୍ଟଲ କୁ ଉଛେଦ କରାଯାଇଛି ।୨ଟି ଜେସିବି ଦ୍ୱାରା ଜୟପୁର ପୌର ପାଳିକା ଉଛେଦ କରିଛି । ଉଛେଦ ସମୟରେ ଜୟପୁର ତହସିଲଦାର ସବ୍ୟ ସାଚି ଜେନା, ଅତିରିକ୍ତ ପୌର କାଯ୍ୟନିବାହି ଅଧିକାରି ପୁଜା ରାଉତ, ଅମିନ ଶୁଭସ୍ମିତା ଜେନା, ଅଭିନାଶ ସାନ୍ତ୍ରାପାତ୍ର, ପରିମଳ ନିରିକ୍ଷକ ସତ୍ୟ ନାରାୟଣ ପାତ୍ର ,ଭୁବୁନି ହାଲବା ସହ ପୌର କର୍ମଚାରି ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି