ନୂତନ ଶ୍ରମ କୋର୍ଡ ଲାଗୁ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି
କେନ୍ଦୁଝର, ୦୪ ନଭେମ୍ବର(ହି.ସ.) – କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶ୍ରମ ଶ୍ରମ କୋର୍ଡ ଓଡିଶାରେ ଓ ସମଗ୍ର ଦେଶରେ ଲାଗୁ କରିବା ପାଇଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣି ଓ କାରଖାନାର ଶ୍ରମିକ ବିଭିନ୍ନ ମାନେ ଏକ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳକ ଜରିଆରେ ମାନ୍ୟବର କେନ୍ଦ୍ର ନିୟୋଜନ ମନ
ନୂତନ ଶ୍ରମ କୋର୍ଡ ଲାଗୁ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି


କେନ୍ଦୁଝର, ୦୪ ନଭେମ୍ବର(ହି.ସ.) – କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶ୍ରମ ଶ୍ରମ କୋର୍ଡ ଓଡିଶାରେ ଓ ସମଗ୍ର ଦେଶରେ ଲାଗୁ କରିବା ପାଇଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣି ଓ କାରଖାନାର ଶ୍ରମିକ ବିଭିନ୍ନ ମାନେ ଏକ ଦାବିପତ୍ର କେନ୍ଦୁଝର ଜିଲ୍ଲାପାଳକ ଜରିଆରେ ମାନ୍ୟବର କେନ୍ଦ୍ର ନିୟୋଜନ ମନ୍ତ୍ରୀ ଶ୍ରୀଯୁକ୍ତ ମାନଶୁଖ ଲାଲ ମାଣ୍ଡଭିୟାଂକ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ଦର୍ଶା ଯାଇଛି ଯେ ଏହି ୪ଟି କୋର୍ଡ ଯଥା-କୋର୍ଡ ଅଫ୍ ଓଏକ୍ସ- ୨୦୧୯, ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ କୋର୍ଡ- ୨୦୨୦, ସୋସିଆଲ୍ ସିକ୍ୟୁରିଟି କୋର୍ଡ-୨୦୨୦, ଅକୁପେସନାଲ୍ ସେପ୍ଟି କୋର୍ଡ-୨୦୨୦।

ବିଭିନ୍ନ ଶ୍ରମିକ ମାନଙ୍କ ପାଇଁ ଲାଗୁ କରାଗଲେ ଶ୍ରମିକ ମାନଙ୍କ ପାଇଁ ଅଧୂକ ଲାଭ ଦାୟକ ହେବ। ବିଭିନ୍ନ କଂପାନୀ ତଥା ଠିକାଦାର ମାନେ ଠିକ୍ ସମୟରେ ମାସିକ ଦରମା ନ ଦେଇ ପାରିଲେ ଏହି ନୂତନ କୋର୍ଡରେ କଠୋର ଦଣ୍ଡ ବ୍ୟବ ବସ୍ତା ପ୍ରତି ଶ୍ରମିକ ପିଛା ଦଶ ହଜାର ଟଙ୍କାର ଜୋରିମନା ବ୍ୟବସ୍ଥା ରହିଛି। ସେହିପରି ଆଗ ଶ୍ରମ ଆଇନ ଅନୁସାରେ ଜଣେ ଶ୍ରମିକ ୫ ବର୍ଷ ଚାକିରି କଲା ପରେ ଗ୍ରାଚ୍ୟୁୟିଟି ପାଇବା ପାଇଁ ହକଦାର ହେଉଥିବାବେଳେ ନୂତନ କୋର୍ଡ ଅନୁସାରେ ମାତ୍ର ଏକ ବର୍ଷ କାମ କଲେ ମଧ୍ୟ ଗ୍ରାଚ୍ୟୁୟିଟି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିବ। ସେହିଭଳି କେନ୍ଦ୍ର ଓ ରାଜ୍ୟମାନଙ୍କରେ ସମାନ ମଜୁରୀ ପ୍ରଦାନ ପାଇଁ ଏହି ଆଇନରେ ବ୍ୟବସ୍ଥା କରାଯାଇଛି। ଏହାବ୍ୟତୀତ ସାମାଜିକ ସୁରକ୍ଷା, ବିଭାଗୀୟ ଓ ଠିକାଦାର ଅନରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରେ ସମାନତା ଆଣି ଆଣିବା, ସମାନ କାମକୁ ସମାନ ମଜୁରୀ ଓ ଅନ୍ୟାନ୍ୟ ସୁବାଧା ଲାଗୁ ତରିବା ଆଗି ରିବା ଆଗି ବ୍ୟବସ୍ଥା ନୂତନ ଶ୍ରମ କୋର୍ଡରେ ଅନ୍ତର୍ଭୁକ୍ତ କରାଯାଇଛି। ତେଣୁ କେନ୍ଦ୍ର ସରକାଂକ ପ୍ରସ୍ତାବିତ ଏହି ନୂତନ ଶ୍ରମ କୋର୍ଡ ତୁରନ୍ତ ଲାଗୁ ପାଇଁ ସମଗ୍ର ଦେଶରେ ଦାବି କରାଯାଉଥିବା ସମୟରେ ଆଜି କେନ୍ଦୁଝରଠାରେ ଜିଲ୍ଲାପାଳଂକ ଜରିଆରେ କେନ୍ଦ୍ର ସରକାରଂକୁ ଦାବିପତ୍ର ପ୍ରଦାନ କରଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande