
ସୁବର୍ଣ୍ଣପୁର, ୦୪ ନଭେମ୍ବର(ହି.ସ.) – ପବିତ୍ର କାର୍ତିକ ଚତୁର୍ଦ୍ଦଶୀ ଅବସରରେ ସୋନପୁର ମଝିପଡ଼ା ଶ୍ରୀ ରାମଜୀ ମନ୍ଦିର ଠାରେ ସହର, ଜିଲ୍ଲା, ରାଜ୍ୟ ତଥା ଜଗତ କଲ୍ୟାଣ ପାଇଁ ମହିଳା ଭକ୍ତମାନଙ୍କ ପକ୍ଷରୁ ମହା ପ୍ରଭୁଙ୍କ ଠାରେ ଲକ୍ଷେ ଆଠ ଦୀପ ସମର୍ପଣ କରଯାଇଛି। ଆଜି ମଝିପଡ଼ାର ମହିଳା ଭକ୍ତମାନଙ୍କ ଦ୍ୱାରା ଆୟୋଜିତ ଏହି ଦୀପଦାନ କାର୍ଯ୍ୟକ୍ରମରେ ଅଟଳ ବିହାରୀ ମହାପାତ୍ର ଓ ଜ୍ୟୋତି ରାଣୀ ମହାପାତ୍ର କର୍ତା ଭାବେ ଦାୟିତ୍ୱ ତୁଲାଇ ଥିବାବେଳେ ମଝିପଡ଼ା ସମେତ ସହରର ହଜାର ହଜାର ମହିଳା ଭକ୍ତ ଯୋଗଦେଇ ପ୍ରଭୁ କୃପା ଲାଭ କରିଥିଲେ। ମନ୍ଦିର ପୂଜକ ଚୈତନ୍ୟ ପୂଜାରୀ ପୂଜା କାର୍ଯ୍ୟ ତୁଲାଇ ଥିଲେ। ନିକଟସ୍ଥ ଶ୍ରୀ ଭାଗବତ ମନ୍ଦିର ଓ ଶ୍ରୀ ହନୁମାନ ମନ୍ଦିରରେ ପ୍ରଥମେ ପୂଜା ଅର୍ଚ୍ଚନା ଓ ଆଳତୀ କରାଯିବା ପରେ ଶ୍ରୀ ରାମଜୀ ମହାପ୍ରଭୁଙ୍କ ଠାରେ ଏହି ଲକ୍ଷେ ଆଠ ଦୀପ ସମର୍ପଣ କରଯାଇଥିଲା। ତିନିବର୍ଷ ଆଗରୁ ପାଳନ କରି ଆସୁଥିବା ମହିଳାଙ୍କ ଏ ପ୍ରୟାସକୁ ସହରରେ ପ୍ରସଂଶା କରାଯାଇଛି। ଶ୍ରୀମତୀ କଳ୍ପନା ଭୋଇ, କଲ୍ୟାଣୀ ସ୍ୱାଇଁ, ବିନୋଦିନୀ ପଣ୍ଡା , କଳ୍ପନା ତ୍ରୀପାଠୀ, ସବିତା ବରେଇ, ସୁଭଦ୍ରା ଦଳେଇ, ଲକ୍ଷ୍ମୀ ମଲ୍ଲିକ, ଯମୁନା ମଲ୍ଲିକ, ଅଞ୍ଜଳି ଦାଶ, ମଞ୍ଜୁ ପାଣିଗ୍ରାହୀ, ସୋଭାଗିନି ମିଶ୍ର, ମଞ୍ଜୁ ଥନା ପତି, କଳ୍ପନା ବେହେରା, ମିତସ୍ୱିନି ବଡ଼ ମାଳି, ପଦ୍ମା ସାହୁ, ସତ୍ୟ ଭାମା ମିଶ୍ର, କଲାବତି ନେଗୀ, ସୁରମା ସାହୁ, ଗୋଦା ବରୀ ସାହୁ, କଳ୍ପନା ପଣ୍ଡା ପ୍ରମୁଖ ଶହ ଶହ ମହିଳା ଯୋଗ ଦେଇ ପୁଜା ଅର୍ଚ୍ଚନା ପ୍ରାର୍ଥନା କରି ଏଥିରେ ସହଯୋଗ କରି ଥିଲେ। ମନ୍ଦିର କମିଟି ସଦସ୍ୟ କଇରୁ ସ୍ୱାଇଁ, ମନ ବୋଧ ଭୋଇ, ଭକୋଡୋ ସ୍ୱାଇଁ, ଲଡୁକିଶୋର ମଲ୍ଲିକ, ପୀୟୁଷ ପଣ୍ଡା, ବିକାଶ ପଣ୍ଡା ଓ ପଦ୍ମ ନାଭ ପାଢ଼ୀ ଓ ପ୍ରତାପ ଦାଶଙ୍କ ତତ୍ୱାବଧାନ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଆଜି ସକାଳ ୬ଟାରୁ ୮ଟା ଯାଏ ମଝିପଡ଼ାର ଶ୍ରୀ ରାମଜୀ ମନ୍ଦିର, ହନୁମାନ ମନ୍ଦିର ଓ ଶ୍ରୀ ଭାଗବତ ମନ୍ଦିର ପରିସରର ଏ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଭକ୍ତ ଓ ମହିଳାମାନଙ୍କ ହରିବୋଲ ହୁଳହୁଳିରେ ଏ ଅଂଚଳ ପ୍ରକମ୍ପିତ ହୋଇଉଠିଥିଲା।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ