
ବଲାଙ୍ଗିର, ୪ ନଭେମ୍ବର (ହି.ସ.)- ଵଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ କପାଣି ଗ୍ରାମପଞ୍ଚାୟତରେ ଆଜି ମନରେଗା ଶ୍ରମିକ ନୂତନ କାମ ପାଇବା ପାଇଁ ତଥା କରିଥିବା କାମର ପାଉଣା ଦାବୀ ନେଇ ଗ୍ରାମପଞ୍ଚାୟତ ଅଫିସ ରେ ତାଲା ପକେଇଛନ୍ତି। ସୂଚନାଯୋଗ୍ୟ ଯେ, କପାଣି ଗ୍ରାମ ପଞ୍ଚାୟତରେ ଶହ ଶହ ମନରେଗା ଶ୍ରମିକ ଅଛନ୍ତି। ଶ୍ରମିକ ମାନଙ୍କ ଅଭିଯୋଗ ଅନୁଯାଇ, ସରପଞ୍ଚ ଶ୍ରୀମତୀ ଭୂମିସୁତା ଧରୁଆଙ୍କ ଅବହେଳା ଯୋଗୁଁ ନୂତନ କାମ ଆସି ପାରୁନାହିଁ ଏବଂ ପୂର୍ବରୁ କରିଥିବା କାମର ପାଉଣା ସରପଞ୍ଚ ଦେବାକୁ ବାରମ୍ବାର ମନା କରୁଛନ୍ତି।
ଗ୍ରାମବାସୀଙ୍କ କହିବା ଅନୁଯାଇ, ପୂର୍ବରୁ ଥିବା ଗାଁ ସାଥୀ ମହାବୀର ଧରୁଆଙ୍କୁ ସରପଞ୍ଚ ନିଜ ମନ ମୁତାବକ ଘଉଡ଼ାଇ ଦେଇଥିଲେ ଏବଂ ମନରେଗାର ନିୟମାବଳୀକୁ ଉଲ୍ଲଂଘନ କରି ନିଜ ମନ ମୁତାବକ ଏକ ଗାଁ ସାଥୀ ବାଛିଛନ୍ତି। ନୂତନ ଗାଁ ସାଥୀ ଚୟନ କରିବାକୁ ଗ୍ରାମସଭା କରିବାକୁ ପଡେ, କିନ୍ତୁ ପ୍ରକୃତରେ କୌଣସି ଗ୍ରାମସଭା ନ ହୋଇ କିଛି ନକଲି ଦସ୍ତଖତ ଦେଇଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଦିଗରେ ବାରମ୍ବାର ପ୍ରଶାସନକୁ ଜଣେଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଣୁ ବାଧ୍ୟ ହୋଇ ଆମେ ଗେଟ ରେ ତାଲା ପକାଇଲୁ ବୋଲି ଗ୍ରାମବାସୀ ମତ ଦେଇଛନ୍ତି।
ଏହି ସମୟରେ ସୁକାନ୍ତି ବନଛୋର, ପ୍ରମିଳା ବାଗ, ବବିତା ବାଗ, ମତି ବାଗ, ବାବୁଲାଲ ବେହେରା, ନବୀନ ମାଝୀ, ପୁରନ୍ଦର ମାଝୀ, ରାଜାରାମ ମାଝୀ, ଗୋବିନ୍ଦ ସାହୁ, ରବୀନ୍ଦ୍ର ପୋଢ଼, ସନ୍ତୋଷ ବାଗ, ବରୁଣ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ