
ଭଦ୍ରକ, ୪ ନଭେମ୍ବର (ହି.ସ.) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବିଷ୍ଣୁପୁର ପଂଚାୟତରେ ଥିବା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ହିନ୍ଦୀ ଶିକ୍ଷକ ଦେବେନ୍ଦ୍ର ନାଥ ପାଣି ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀମାନଙ୍କ କହିବା ଅନୁସାରେ ଦେବେନ୍ଦ୍ର କେବଳ କାଗଜ କଲମରେ ଅବସର ନେଇଛନ୍ତି କିନ୍ତୁ ସେ ଆମ ବିଦ୍ୟାଳୟ କିମ୍ବା ଆମ୍ଭ ମାନଙ୍କ ମନରୁ କେବେବି ଅବସର ନେଇନାହାନ୍ତି। ସେ ଦୀର୍ଘ ୨୧ ବର୍ଷ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ସେ ଥିଲେ ବୃକ୍ଷ ପ୍ରେମୀ ଓ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ସେ ବିଦ୍ୟାଳୟ ତାଙ୍କର ଗୃହ ସଦୃଶ ଥିଲା ଓ ସେଠାରେ ସମସ୍ତେ ତାଙ୍କର ପରିବାର ସଦୃଶ ଥିଲେ ବୋଲି ସେ କହନ୍ତି କାରଣ ଦେବେନ୍ଦ୍ର ୨୦୦୪ ମସିହାରୁ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ ଓ ଦୀର୍ଘ ୨୧ ବର୍ଷ ପରେ ସେଠାରୁ ସେ ଅବସର ନେଇଛନ୍ତି । ତାଙ୍କର ଛାତ୍ର ଛାତ୍ରୀ ମାନଙ୍କ ସହିତ ଉକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଶୁଭେଚ୍ଛୁ ମାନେ ମିଶି ନିଆରା ଢଙ୍ଗରେ ବିଭିନ୍ନ ବାଦ୍ୟଯନ୍ତ୍ର ବଜାଇ ଏକ ସୁସଜ୍ଜିତ ଗାଡ଼ିରେ ତାଙ୍କୁ ଆଖ ପାଖ ଗ୍ରାମ ବୁଲାଇ ଥିଲେ। ତାଙ୍କର ବିଦାୟ କାଳୀନ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଦ୍ରକ ଜଗବନ୍ଧୁ ସାହୁ ଓ ସମ୍ମାନିତ ଅତିଥି ଭାବେ ଉକ୍ତ ସଭାରେ ଯୋଗଦେଇଥିଲେ ଗୋଷ୍ଠୀ ଶିକ୍ଷାଧିକାରୀ ଭଣ୍ଡାରିପୋଖରୀ ଡ଼ ପ୍ରଫୁଲ୍ଲ କୁମାର ସାହୁ ଓ ମହାସଚିବ ହିନ୍ଦୀ ଶିକ୍ଷା ସମିତି ଓଡ଼ିଶା ଶ୍ରୀବତ୍ସ କରସର୍ମା।ଅନ୍ୟତମ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବିଷ୍ଣୁପୁର ପଂଚାୟତର ସରପଂଚ ଅମୂଲ୍ୟ ନାୟକ, ବିଷ୍ଣୁପୁର ପଂଚାୟତ ସମିତି ସଭ୍ୟା ସୁଭଲକ୍ଷ୍ମି ପାଣିଗ୍ରାହୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବାସୁଦେବ ଗୋଚ୍ଛାୟତ, ଶିକ୍ଷାବିତ୍ ତଥା ସମାଜସେବୀ ଅରୁଣୋଦୟ ଖୁଲାର, ପ୍ରଧାନ ଶିକ୍ଷକ ବହୁ ଦରଡ଼ା ଉଚ୍ଚ ବିଦ୍ୟାଳୟ ସରୋଜ କୁମାର ପ୍ରଧାନ ଓ ସଭାପତି ହିନ୍ଦୀ ଶିକ୍ଷକ ସଂଘ ଭଦ୍ରକ ଦେବ କିଶୋର ଦାସ।ଉକ୍ତ ସଭାକୁ ସଭାପତିତ୍ୱ କରିଥିଲେ ପ୍ରଧାନ ଶିକ୍ଷକ ଅଜୟ କୁମାର ନନ୍ଦ ଓ ପୁରା ସଭାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିଚାଳନା କରିଥିଲେ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ